Friday, November 22, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ।

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ।

ବିଜେପୁର(ନିରଞ୍ଜନ ତ୍ରିପାଠୀ)- ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ମାନନୀୟ ଶ୍ରୀଯୁକ୍ତ ରମାକାନ୍ତ ପୃଷ୍ଟି, ବିଜ୍ଞାନ ଶିକ୍ଷକ କୁର୍କୁଟା ଉଚ୍ଚ ବିଦ୍ୟାଳୟ , ମା’ ସରସ୍ଵତୀଙ୍କ ନିକଟରେ ଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ଯକ୍ରମର ଉଦଘାଟନ କରିଥିଲେ ମୁଖ୍ୟଅତିଥି ଭାବରେ ମାନନୀୟ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର, ଅଧ୍ୟକ୍ଷ, ବିଜେପୁର ମହାବିଦ୍ୟାଳୟ ବିଜେପୁର ଯୋଗଦାନ କରି ଶିଶୁମାନଙ୍କୁ ମାଟି ମନସ୍କ ହୋଇ କୃଷି, କୃଷକ ଓ ପର୍ଯ୍ୟାବରଣର ସୁରକ୍ଷା ଦିଗରେ ବ୍ରତୀ ହେବା ପାଇଁ ଉପଦେଶ ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ଶାନ୍ତନୁ କୁମାର ସାହୁ, ଅଧ୍ୟାପକ ବିଜେପୁର ମହାବିଦ୍ୟାଳୟ ବିଜେପୁର ଶିଶୁ ଅଭିଭାଷଣ ପ୍ରଦାନ କରିଥିଲେ।

ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ସୁଦାମ ଚରଣ ପଧାନ, କୋଷାଧ୍ଯକ୍ଷ ବିଜୟ କୁମାର ମେହେର, ସଦସ୍ୟା ସୁଷମା ଖମାରୀ ଓ ସୁଶ୍ରୀ କବିତାରାଣୀ ସାହୁ ଯୋଗଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସହପ୍ରଧାନାଚାର୍ଯ୍ୟ ସଦାନନ୍ଦ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ବିଷୟ ପ୍ରମୁଖା ଆଚାର୍ଯ୍ୟା ଯୋଗେଶ୍ଵରୀ ବାରିକ ବୃତ୍ତ ପଠନ କରିଥିବାବେଳେ ଆଚାର୍ଯ୍ୟା ମନ୍ଦାକିନୀ ସାହୁ ସଂଯୋଜନା କରିଥିଲେ। ଏଥିରେ ବିଭିନ୍ନ ବିଭାଗରୁ ଆସିଥିବା ୨୮୩ଟି ବିଜ୍ଞାନ ପ୍ରକଳ୍ପ ଓ ୧୯ଟି ଗଣିତ ପ୍ରକଳ୍ପକୁ ବିଚାରକ ଭାବେ ଶିକ୍ଷକ ବିବେକାନନ୍ଦ ସାହୁ, ଅଶ୍ବିନୀ କୁମାର ଗଡ଼ତିଆ, ବାଲାଜୀ ରାଓ ମୋରେ, ସୁଶାନ୍ତ କୁମାର ଗଡ଼ତିଆ, ଅମୀୟ ଭୋଇ, ଅଧ୍ୟାପିକା ଲିପ୍ସାରାଣୀ ମହାପାତ୍ର ଓ ପ୍ରତିଭା ରଥ ମୂଲ୍ୟାଙ୍କନ କରିଥିଲେ ।

ପ୍ରକଳ୍ପ ବ୍ୟତୀତ ବିଜ୍ଞାନ ଓ ଗଣିତ ପ୍ରଶ୍ନମଞ୍ଚ, ବିଜ୍ଞାନ ଓ ଗଣିତ ପ୍ରୟୋଗ, ପତ୍ରବାଚନ, କଥାକଥନ, ତତ୍କାଳିକ ଭାଷଣ, ମୂର୍ତ୍ତି ନିର୍ମାଣ, ଗୀତ ଓ ଲୋକନୃତ୍ୟ ପ୍ରତିଯୋଗିତା ହୋଇଥିଲା। ପରିଶେଷରେ କୃତି ପ୍ରତିଯୋଗୀମାନେ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ସେବକ ସେବିକା ତଥା ଶୁଭେଚ୍ଛୁଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

error: Content is protected !!