Saturday, May 10, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ।

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ।

ପଦ୍ମପୁର-ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ ପୂର୍ବକ ସଂପୃକ୍ତ ବିଦ୍ୟାଳୟର ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦଶମ ବୋର୍ଡ ପରୀକ୍ଷାରେ ଏ-୧ ଗ୍ରେଡରେ , ପ୍ରାଦେଶିକ ମେଧା ପରୀକ୍ଷା ଓ ଶ୍ରୀଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ ସହ ମେଧାବୀ ଅଭିନନ୍ଦନ କାର୍ଯକ୍ରମରେ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣରେ ଭାଗନେଇ ଥିବା ସମସ୍ତ ଗୁରୁଜୀ ଗୁରୁମା ଓ ଶିଶୁ ଭାଇ ଭଉଣୀ ମିଶି ୨୫୦ ଜଣଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନେତା ଗୋବର୍ଦ୍ଧନ ଭୋଇ, ସମ୍ମାନିତ ଅତିଥି ଭାବେ ଡାକ୍ତର ଶଙ୍କର ରାମଚନ୍ଦାନୀ,ଯୁବନେତା ପ୍ରିତେଶ କୁମାର ବହିଦାର, ବିଜେପି ନଗର ସଭାପତି ସୁନୀଳ ଅଗ୍ରଓ୍ବାଲ ଯୋଗଦେଇ ଥିବାବେଳେ ସଭାପତି ପୃଥିରାଜ ସାହୁ, ଶିକ୍ଷା ବିକାଶ ସମିତି ପଶ୍ଚିମ ସଂଭାଗ ସଂଯୋଜକ ଜ୍ୟୋତି ରଞ୍ଜନ ମିଶ୍ର, ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ପୂଜାର୍ଚ୍ଚନା ପରେ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଥିବା ଦଶମ ଶ୍ରେଣୀରେ A1 ପାଇଥିବା ଗଜେନ୍ଦ୍ର ମହାରଣା, ଲୋକପାଲ ପ୍ରଧାନ,ଗୋଲଡି ବେହେରା, ସ୍ଵସ୍ତିକ ବିଶି,ଖୋଲା ମଞ୍ଜରୀ ସାହା , ପ୍ରାଦେଶିକ ମେଧାରେ ଦଶମ ସ୍ଥାନ ଅଧିକାର କରିଥିବା ସିଦ୍ଧାର୍ଥ ଶେଖର ସାହୁ, ଦୀପଶିଖା ଗଡତିଆ ଓ

ଶ୍ରୀଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷା ୩ୟ ଶ୍ରେଣୀରେ ଅଷ୍ଟମ ସ୍ଥାନ ଅଧିକାର କରିଥିବା ସୌରଭ ଗଡତିଆ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେରେ ଜିଲ୍ଲା ସଂଘ ଚାଳକ ଶ୍ରୀଯୁକ୍ତ ରୋହିତ କୁମାର ମେହେର, ସଂକୁଳ ପ୍ରମୁଖ ଦ୍ଵାଦଶ କୁମାର ପ୍ରଧାନ,ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର, ସମ୍ପାଦକ ଜନକଲାଲ ମେହେର, କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି, ପରିଚାଳନା କମିଟି ସଦସ୍ୟା ଶ୍ରୀମତୀ ମୋନାଲିସା ସ୍ବାଇଁ,ପୂର୍ବତନ ଛାତ୍ର ସଂସଦ ସଭ୍ୟ,ମାତୃଭାରତୀ ସମସ୍ତ ସଭ୍ୟା ବୃନ୍ଦ, ଶିକ୍ଷା ବିକାଶ ସମିତି ସମସ୍ତ ପୂର୍ଣ୍ଣ କାଳିନ କାର୍ଯ୍ୟକର୍ତ୍ତା ଓ ସମସ୍ତ ଗୁରୁଜୀ ଗୁରୁମା, ପ୍ରାଦେଶିକ ଆଚାର୍ଯ୍ୟ ପ୍ରଶିକ୍ଷଣ ର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା,ପ୍ରବଦ୍ଧକ ପ୍ରମୁଖ ଉପସ୍ଥିତ ଥିଲେ। ଶିଶୁ ଭାଇଭଉଣୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ସଭାପତି ପୃଥିରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!