ପଦ୍ମପୁର – ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁରରେ ଶିଶୁମେଳା ଅନୁଷ୍ଠିତ ହୋଇ ଯାଇଛି l ମୂଖ୍ଯ ଅତିଥି ଭାବରେ ରାଜବୋରାସମ୍ବର,ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ଯୋଗଦେଇ ଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଶିଶୁମେଳାକୁ ଉଦ୍ଘାଟିତ କରି ଶିଶୁମେଳାର ଉଦ୍ଦେଶ୍ୟ କଥନ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ l ସମ୍ଭାଗ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଲୋକନାଥ ମିଶ୍ର ,ସଭାପତି ପୃଥିରାଜ ସାହୁ, ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର , ସମ୍ପାଦକ ଜନକ ଲାଲ ମେହେର, ସଂକୁଳ ପ୍ରମୁଖ ଡ. ଦ୍ଵାଦଶ ପ୍ରଧାନ, ସଦସ୍ୟା ଅଲିଭା ରଥ, ଶିଶୁ ବାଟିକା ପ୍ରମୁଖ ସୁଜାତା ତ୍ରୀପାଠୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ କଲ୍ୟାଣୀ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l


ପରେ ଶିଶୁ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମେଳା ପ୍ରଦର୍ଶନୀରେ ବିଭିନ୍ନ କୌଳିକ ବୃତ୍ତି କୁମ୍ଭାର,କମାର, ବଢ଼େଇଶାଳର ପ୍ରଦର୍ଶନ କରାଯାଇଥିଲା l ଶିଶୁ ମାନଙ୍କ ଦ୍ୱାରା ଡାକ୍ତର, ଯବାନ, ଆଶା, ନର୍ସ ଓ ୧୩୮ ଜଣ ବିଭିନ୍ନ ବୃତ୍ତିଧାରୀ ଯଥା ପନିପରିବା, ଖାତାବହି ,ଫଟୋ, ସମ୍ବଲପୁରୀ ଲୁଗା, କଂସା ବାସନ, ପୂଜା ସାମଗ୍ରୀ ଘରୋଇ ତିଆରି ଜିନିଷ ସମେତ ଅନେକ ଖାଇବା ଦ୍ରବ୍ୟ ଦୋକାନ ଗୁଡ଼ିକରୁ କିଣାବିକା ହୋଇଥିଲା l ହଜାର ସଂଖ୍ୟାରେ ଅଭିଭାବକ ଅଭିଭାବିକା , ଶିଶୁ ଭାଇଭଉଣୀ, ପରିଚାଳନା ସମିତି ସଦସ୍ୟ ,ମାତୃ ଭାରତୀ ସଦସ୍ୟା ଯୋଗ ଦାନ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା l



