ବରପାଲି-ବରପାଲି ସରସ୍ଵତୀ ଭିନ୍ନକ୍ଷମ ତାଲିମ କେନ୍ଦ୍ର ପରିସରରେ ସଂଘ ଉଦଯୋଗୀ ସଭ୍ୟା ମାନଙ୍କ ସହାୟତାରେ ଏକ ବ୍ୟୁଟି ପାର୍ଲର ଉଦ୍ଘାଟିତ ହୋଇଯାଇଛି। ନାରୀ ମାନଙ୍କ ସ୍ୱାବଲମ୍ବୀ ହେବା ଉଦ୍ଦେଶ୍ୟ ନେଇ ବ୍ୟୁଟି ପାର୍ଲର ଉଦଘାଟିତ ହୋଇଥିଲା। ଜଗବନ୍ଧୁ ଦାଶ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶ ଆନୁଷ୍ଠାନିକ ଭାବରେ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ । ସଂଘ ସଭାପତି ଶ୍ରୀମତୀ ଲୀଳାବତୀ ତ୍ରିପାଠୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା।

ଉପସଭାପତି ଶ୍ରୀମତୀ ପ୍ରତିଭା ବାରିକଙ୍କ ସଂଯୋଜନାରେ କାର୍ଯ୍ଯକ୍ରମ ସଂଚାଳିତ ହୋଇଥିଲା। ପାର୍ଲରରେ ବ୍ୟୁଟିସିଆନ ଭାବରେ ଚାନ୍ଦିନୀ ମେହେର ସ୍ଵେଚ୍ଛାକୃତ ଭାବେ କାର୍ଯ୍ୟ କରିବା ସହ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ ବୋଲି ସଂଘ ସମ୍ପାଦିକା ସୁନିତା ମୁଣ୍ଡ ସୂଚନା ପ୍ରଦାନ କରିଥିଲେ । ଶ୍ରୀମତୀ ଚାନ୍ଦିନୀ ମେହେର ସୁଲଭ ମୂଲ୍ୟରେ ନାରୀ ମାନଙ୍କ ପ୍ରସାଧନ କରିବା ଓ ପ୍ରଶିକ୍ଷଣ ନେଉଥିବା ଶିକ୍ଷାର୍ଥିନୀମାନଙ୍କୁ ସ୍ୱାବଲମ୍ବୀ ହେବା ଉଦ୍ଦେଶ୍ୟକୁ ଉପସ୍ଥାପନ କରିଥିଲେ ।

ଶ୍ରୀମତୀ ସ୍ନିଗ୍ଧାରାଣୀ ଦେବତା, ପୁଷ୍ପା ତ୍ରିପାଠୀ,ବେଦମତୀ ପରିଡା, ଅଯୋଧ୍ୟା ଦାଶ, ଅନୁପମା ପଧାନ, ଅନୁପମା ମିଶ୍ର ପୂର୍ଣ୍ଣିମା ମେହେର, ବିଜୟ ଲକ୍ଷ୍ମୀ ତ୍ରିପାଠୀ, ସଞ୍ଜୁ ବେହେରା, ସୌଦାମିନୀ ଖଟୁଆ, ଡ଼.କଲ୍ୟାଣୀ କାଲସି,ନିବେଦିତା ସ୍ଵାଇଁ,ଅଞ୍ଜଳିକା ପଧାନ, ଅଞ୍ଜଳିକା ସାହୁ, ଡ. ସସ୍ମିତା ପଣ୍ଡା, ସୁମନା ଦାଶ ଆଦିଙ୍କ ସହଯୋଗ ଓ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା ।




