Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସରସ୍ବତି ଶିଶୁ ବିଦ୍ଯାମନ୍ଦିରରେ ଜେଜେବାପା ଜେଜେମାଆ ସମ୍ମିଳନୀ।

ସରସ୍ବତି ଶିଶୁ ବିଦ୍ଯାମନ୍ଦିରରେ ଜେଜେବାପା ଜେଜେମାଆ ସମ୍ମିଳନୀ।

ବରପାଲି-ବରପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିକ୍ଷାବିକାଶ ସମିତିଙ୍କ ଯୋଜନା ଆଧାରରେ ଜେଜେବାପା ଓ ଜେଜେମାଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜେଜେ ବାପା ଓ ଜେଜେ ମାଆ ମାନେ ସମ୍ମିଳନୀରେ ଯୋଗ ଦେଇଥିଲେ। ମୁଖ୍ୟଅତିଥି ଭାବରେ ଜ୍ଞାନୀ ତଥା ବାଗ୍ମୀ ପ୍ରବଚକ ଦୀପ୍ତି କୁମାର ସିଂହ ଯୋଗ ଦେଇ ପ୍ରବଚନ ମାଧ୍ଯମରେ ସମସ୍ତଙ୍କୁ ଭାବ ବିହ୍ୱଳ କରିଥିଲେ। ସ୍ବାଗତ ସହ ପରିଚୟ ପ୍ରଦାନ କରିଥିଲେ ପ୍ରଧାନଆଚାର୍ଯ୍ୟ ନିରଞ୍ଜନ ହୋତା।

ଜିଲ୍ଲା ପ୍ରମୁଖ ଶଙ୍କର୍ଷଣ ମେହେର କାର୍ଯ୍ୟକ୍ରମର ଗୁରୁତ୍ଵ ଉପରେ ଉପସ୍ଥାପନ କରିଥିବା ବେଳେ ପରିଚାଳନା ସଭାପତି ଯଦୁମଣି ବିଶି ଆବଶ୍ୟକତା ଜୀବନରେ କିପରି ପ୍ରତିଫଳନ ସୃଷ୍ଟି କରିଥାଏ ଏବଂ ସତ୍ୟ ଘଟଣା ମାନଙ୍କୁ ନେଇ ବର୍ଣ୍ଣନ କରିଥିଲେ । ଶୈକ୍ଷିକ ପ୍ରମୁଖ ଧର୍ମେନ୍ଦ୍ର ପୂଜାରୀଙ୍କ ସଂଯୋଜନାରେ ସଂଚାଳିତ କାର୍ଯ୍ଯକ୍ରମରେ ସମ୍ପାଦକ ଅଧ୍ୟାପକ ରାଜେଶ ରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ। ପ୍ରାୟ ୩୫୦ ରୁ ଉର୍ଦ୍ଧ୍ବ ଜେଜେ ବାପା ଜେଜେ ମାଆ ଯୋଗ ଦେଇଥିଲେ ।ପରିଶେଷରେ ଭାଇ ଭଉଣୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ଯକ୍ରମ ମାନ ପରିବେଷଣ କରାଯାଇଥିଲା।ବିଦ୍ୟାଳୟ ସମସ୍ତ ଗୁରୁଜୀ ଗୁରୁମା ଆତିଥ୍ୟ ସତ୍କାର ସହ ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!