ପାଇକମାଲ-ପାଇକମାଲ ବ୍ଳକ ବାଦିକଟା ଗ୍ରାମ ପଞ୍ଚାୟତ ଗଣ୍ତପାଲି ଗ୍ରାମର ବିଷ୍ଣୁ ପାଇକଙ୍କ ବୟସ ପାଖାପାଖି ୭୦ ରୁ ଉର୍ଦ୍ଧ୍ବ ହେଲାଣି,ହେଲେ ସେ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଦେଶ ଦୀର୍ଘ ଦଶନ୍ଧି ଧରି ସ୍ବାଧୀନତା ହେଲା ପରେ ମଧ୍ଯ ଦେଶର ପ୍ରତ୍ୟେକ ନାଗରିକ ସୁବିଧା ସୁଯୋଗ ଅଧିକାର ପାଇ ପାରୁ ନାହାନ୍ତି । ବିଷ୍ଣୁ ପାଇକଙ୍କ ଆଧାର ଅନୁଯାୟୀ ବୟସ ୬୨ ବର୍ଷ କିନ୍ତୁ ପ୍ରକୃତରେ ସେହି ବୃଦ୍ଧାଙ୍କୁ ଦେଖିଲେ ୭୦ ବର୍ଷରୁ ଉର୍ଦ୍ଧ୍ବ ହେଲାଣି ।
ସରକାରୀ ସହାୟତା ପାଇଁ ସେ ଆଜି ବାର୍ଦ୍ଧକ୍ଯ ଭତ୍ତାରୁ ବଞ୍ଚିତ ହୋଇଛନ୍ତି । ପାଇକମାଲ ବ୍ଳକ ପ୍ରଶାସନ ଓ ପଞ୍ଚାୟତ ସରପଞ୍ଚ ଠାରୁ ନେଇ ଅନେକ ନେତାଙ୍କର ଆଖି ପଡୁଥିଲେ ମଧ୍ଯ ବୃଦ୍ଧାଙ୍କୁ କୌଣସି ସହାୟତା ମିଳି ପାରୁନାହିଁ । ପ୍ରକୃତି ପ୍ରେମୀ ପ୍ରଫୁଲ୍ଲ ମାକର ସେହି ବୃଦ୍ଧାଙ୍କୁ ଉଦ୍ଧାର କରି ଆଶ୍ରୟ ଦେଇଥିଲେ । ତୁରନ୍ତ ବୃଦ୍ଧାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଅଞ୍ଚଳର ଜନ ସାଧାରଣ ଙ୍କ ପକ୍ଷରୁ ଦାବୀ ହେଉଛି ।