Monday, June 2, 2025
spot_imgspot_imgspot_img
Homeରାଜ୍ୟସରକାରୀ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।

ସରକାରୀ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।

ପଦ୍ମପୁର-ପାଇକମାଲ ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୟାସାଗର ସାହୁଙ୍କ ସଭାପତିତ୍ୱରେ ଶ୍ରୀମତି ଇନ୍ଦୁମତୀ ବେହେରାଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇ ଅଛି। ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ପାଇକମାଲ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧେଶ୍ଯାମ ମେହେର, ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ନାୟକ ଓ ମିଠାପାଲି କ୍ଲଷ୍ଟର ସିଆରସିସି ଶ୍ରୀଯୁକ୍ତ କେଦାର ରାଉତ ଏବଂ ମୁଖ୍ଯ ବକ୍ତା ଭାବେ ଶ୍ରୀଯୁକ୍ତ ଅଭିମନ୍ୟୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ଶିକ୍ଷକ ବିମଳ ପାଣିଗ୍ରାହୀ, ଡୋଳାମଣି ଦୀପ, ଜୟପ୍ରକାଶ ରଣା, ରଜତ ମିଶ୍ର, ଝସକେତନ ମେହେର, ରାଜକୁମାର ସାହୁ ଏବଂ ଶିକ୍ଷୟିତ୍ରୀ ବିଜୟା ପ୍ରଧାନ, କସ୍ତୁରୀ ଭୋଇ, ମମତା ନାଗ, ପଦ୍ମାବତୀ ରଣା, ମାଧୁରୀ ମୁଣ୍ଡା, ନିଳାଦ୍ରୀ ବାଗ, ମାଧବୀ ନାୟକ, ଲତା ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଗୋଳାପ ପାଣ୍ଡେ, ସଭ୍ଯ ସାଧୁ ସୁନା, ଚନ୍ଦ୍ରଶେଖର ସାହୁ ଓ ଅନ୍ଯ ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ ଏବଂ ପରିଶେଷରେ ବିଜୟା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!