ଗାଇସିଲାଟ – ଗାଇସିଲାଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ବରେ ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି । ଶିକ୍ଷକ ପଞ୍ଚାନନ ମାଝୀ ସମସ୍ତଙ୍କୁ ସ୍ବାଗତ କରିଥିବାବେଳେ, ଶିକ୍ଷକ ମୋହନ ପଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପୂର୍ବତନ ପରିଚାଳନା କମିଟିର ଅଧ୍ୟକ୍ଷ ସୁଶାନ୍ତ ଗଡ଼ତିଆ ବିଗତ ଦିନର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ।
ଏହି ସଭାରେ ଶତାଧିକ ଅଭିଭାବକ ଓ ଅଭିଭାବିକା ଉପସ୍ଥିତ ରହି କମିଟି ଗଠନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ନୂତନ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଆଶୁତୋଷ ସାହୁ, ଉପାଧ୍ୟକ୍ଷା ଭାବେ ଅମ୍ବିକା ପାଣ୍ଡେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ସଭ୍ୟ ଭାବରେ ସୁନ୍ଦରମଣି ଦାଶ, ହେମନ୍ତ କୁମାର ଗଡ଼ତିଆ, ଉଦ୍ଧବ ପାଣ୍ଡେ, ମୁରାରୀ ବେହେରା, ଗୋପାଲ ଧୂବଲ ଏବଂ ସଭ୍ୟା ଭାବରେ ପ୍ରତିମା ଝାଙ୍କର, ଶେଶାନ୍ତି ଭୋଇ, ଯାଜ୍ଞସେନୀ ଝାଙ୍କର, ଗୋଲାପୀ ବରିହା, ଅନୁରା ବାଗ ଅଭିଭାବକ ଓ ଅଭିଭାବିକାମାନଙ୍କ ଦ୍ଵାରା ନିର୍ବାଚିତ ହୋଇଥିଲେ ।
ଶିକ୍ଷୟିତ୍ରୀ ନିବେଦିତା ପାଣିଗ୍ରାହୀ, ମୋନାଲିସା ଠାକୁର, ନିହାରୀକା ଯୋଶୀ, ମାମି ପଧାନ, ସ୍ବପ୍ନାରାଣୀ ଭୋଇ ଓ ସସ୍ମିତା ସାହୁ ଏବଂ ଶିକ୍ଷକ ଅର୍ଜୁନ ତାଣ୍ଡି, ସୁବଳ ଠାକୁର, ରାମ କୁମାର ପଟେଲ, ତିଳୋତ୍ତମ ବିଶି, ମନୋଜ କୁମାର ପାଢୀ, ମାଗିଧର ଦାଶ, ପ୍ରଫୁଲ୍ଲ କୁମାର ସାଗର, ରଜତ କୁମାର ଚୌହାନ ଓ କନିଷ୍ଠ ସହାୟକ ବୈଲୋଚନ ସେଠ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ପୂର୍ବତନ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟା, ମାଁ ତୁଳସୀ ସ୍ଵୟଂ ସହାୟିକା ଗୋଷ୍ଠୀର ସମସ୍ତ ସଦସ୍ୟା ଅଂଶ ଗ୍ରହଣ କରିଥିଲେ ।