Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ।

ପଦ୍ମପୁର-ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି ।ରାଜବୋଡାସମ୍ବର୍ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ଏହି ସଭାରେ ସଭାପତିତ୍ବ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶିବ କୁମାର ଯୋଶୀ ଓ ରାମ ସିଂ ଭୋଇ ଅତିଥି ଭାବେ ଯୋଗଦାନ କରିଥିଲେ।।

ଉକ୍ତ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ପାଇଁ ବିଚାରକ ଭାବେ ଶିକ୍ଷକ ବୃନ୍ଦାବନ ଦାସ ,ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଜିବନାନନ୍ଦ ସାହୁ ,ଶିକ୍ଷକ ଗୋବିନ୍ଦ ସାହୁ, ସି ଆର ସି ସି ନେତ୍ରାନନ୍ଦ ସାହୁ ଓ ସଞ୍ଜୀବ ବାରିକ ଯୋଗ ଦେଇଥିଲେ।ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମାନସ ରଞ୍ଜନ ଶତପଥୀ ସଭା ପରିଚାଳନା କରିଥିଲେ ।କୃତି ପ୍ରତିଯୋଗୀ ମାନେ ଆସନ୍ତା ୨୩ ତାରିଖରେ ଜିଲ୍ଲା ସ୍ତରରେ ଅଂଶଗ୍ରହଣ କରିବେ ।

error: Content is protected !!