ପଦ୍ମପୁର – ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ତତ ସହିତ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ମନର ସଂଶୟ ବଢ଼ି ବଢ଼ି ଚାଲିଛି । ଏହାକୁକୁ ଲାଘବ କରିବା ପାଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ ଫର୍ଟିଚିଉଡ଼’ ର ଦ୍ଵିତୀୟ ପର୍ଯ୍ୟାୟ ।

ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଦଶମ ଶ୍ରେଣୀ ର ଛାତ୍ରୀ ମାନଙ୍କ ଘରକୁ ଘର ଯାଇ ପିଲା ଓ ତାଙ୍କ ପିତା ମାତା ଙ୍କର ଶଙ୍କା ନିବାରଣ କରୁଛନ୍ତି। ପ୍ରତି ପରୀକ୍ଷା ର ପୂର୍ବ ଦିନ ବିଷୟ ଶିକ୍ଷକ ତଥା ଶିକ୍ଷୟିତ୍ରୀ ପିଲା ମାନଙ୍କ ଘରକୁ ଯାଇ ପିଲା ଙ୍କ ର ସନ୍ଦେହ ମୋଚନ କରିବେ।

ପ୍ରଥମ ଦିନ ଓଡ଼ିଆ ଥିବାରୁ ଓଡ଼ିଆ ଶିକ୍ଷୟତ୍ରୀ ରବିନା ପଧାନ ଓ ଖୁସବୁ ବରିହା ପିଲା ଙ୍କ ଘର କୁ ଯାଇ ସେମାନଙ୍କର ଭୟ ଦୂର କରିବା ସହିତ ବିଷୟାଗତ ସନ୍ଦେହ ମୋଚନ କରିଥିଲେ ।

ଛାତ୍ରୀ ମାନଙ୍କ ପିତା ମାତା ତଥା ଅଭିଭାବକ ମାନଙ୍କ ତରଫରୁ ବିଦ୍ୟାଳୟ ର ଏହି ଅଭିନଵ ପ୍ରୟାସ କୁ ସ୍ୱାଗତ କରାଯାଇଅଛି ଓ ଏହା ସମାଜ ରେ ସରକାରୀ ବିଦ୍ୟାଳୟ ପ୍ରତି ସକାରାତ୍ମକ ଭାବନା ବଢ଼ାଉଛି ବୋଲି ମତ ପ୍ରକାଶ ପାଉଛି । ଏହି କାର୍ଯ୍ୟକ୍ରମ ପରୀକ୍ଷା ର ଶେଷ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

