Saturday, March 7, 2026
Homeରାଜ୍ୟସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ।

ପଦ୍ମପୁର-ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ପାଇଁ ପରାମର୍ଶ ତଥା ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇସାରିଛି ।ଉକ୍ତ ସଭାରେ ସଭାପତି ତଥା ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଦଶମ ଶ୍ରେଣୀର ଛାତ୍ରୀମାନଙ୍କୁ ଆଗାମୀ ବାର୍ଷିକ ପରୀକ୍ଷାରେ ଭଲ କରିବା ତଥା ଜୀବନରେ ଭଲ ମଣିଷ ହେବାକୁ ଉପଦେଶ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ ।ଶ୍ରୀଯୁକ୍ତ ମାନସ ରଞ୍ଜନ ଶତପଥୀ ସଭା ପରିଚାଳନା କରିଥିଲେ ।

ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ଟିପ୍ସ ଦେଇ ଉଜ୍ବଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ ।ଶ୍ରୀମତୀ ପୂଜାରାଣୀ ନାୟକ ଧନ୍ୟବାଦ୍ ଜ୍ଞାପନ କରିଥିଲେ।ରବୀନା ପଧାନ,ସଂଯୁକ୍ତା ଭୋଇ,ମନିଷା ଭୋଇ,ବୃନ୍ଦାବତୀ ସାହୁ , ଖୁସବୁ ବରିହା ,ଜ୍ୟୋତି ରେଖା ମହାନନ୍ଦ ,ଅମନ୍ କୁମାର ପଣ୍ଡା,ପ୍ରଭାତୀ ପଟ୍ଟନାୟକ,ମମତା ମିଶ୍ର ,ନିଳୀମା ରାଣୀ ମହାନ୍ତି,ସୁଷମା ଦାଶ,ଦୁଷ୍ମନ୍ତ ଛତର,କମଳା କୁମ୍ଭାର,ପ୍ରଭାସିନୀ ସାହୁ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

error: Content is protected !!