Saturday, March 7, 2026
Homeରାଜ୍ୟସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବର୍ଣାଳୀ ପ୍ରଶିକ୍ଷଣ ଶିବିର ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବର୍ଣାଳୀ ପ୍ରଶିକ୍ଷଣ ଶିବିର ।

ପଦ୍ମପୁର-ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଉଚ୍ଚ ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ବ୍ଲକ ସ୍ତରୀୟ ବର୍ଣାଳୀ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଉଦଘାଟନୀ ସଭାରେ ପାଇକମାଳ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଚୂଡ଼ାମଣୀ ବାରିକ ମୁଖ୍ୟ ଅତିଥି ତଥା ଏବିଇଓ ରାମସିଂ ଭୋଇ, ବିଷିକେଶନ ଶତପଥୀ ଓ

ସ୍ଥାନୀୟ ବିଦ୍ୟାଳୟ ର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସମ୍ମନିତ ଅତିଥି ଭାବରେ ଯୋଗ ଦେଇ ସମାଜରେ ଥିବା ଲିଙ୍ଗଗତ ବୈସମ୍ୟତା ଉପରେ ଆଲୋକପାତ କରିଥିଲେ। ଏହି ଶିବିରରେ ବ୍ଲକର ୪୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି । ଏହି ଶିବିରକୁ ସାଧନ କର୍ମୀ ବିଜୟ କୁମାର ସାହୁ, ଚଣ୍ଡୀ ପ୍ରସାଦ ଭୋଇ, ଜ୍ୟୋତିରେଖା ମହାନନ୍ଦ ଓ ଚିତ୍ରସେନ କୁଁଅର ତିନି ଦିନ ଧରି ପ୍ରଶିକ୍ଷଣ ଦେବେ।

error: Content is protected !!