Sunday, March 8, 2026
Homeରାଜ୍ୟସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ବାର୍ଷିକ ଉତ୍ସବ ।

ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ବାର୍ଷିକ ଉତ୍ସବ ।

ବରପାଲି-ବରପାଲି ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ସିଆରସିସି ଋବିନାରାୟଣ ମହାପାତ୍ରଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ମୁଖ୍ୟଅତିଥି ଭାବେ ପୁର୍ବତନ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନୋଦାନନ୍ଦ ସାହୁ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ଦାଶ,ସହକାରୀ ଶିକ୍ଷକ ସଦାନନ୍ଦ ବରିହା,ଅଭିଭାବକ କମିଟି ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରଧାନ ଶିକ୍ଷୟତ୍ରି ମହାପାତ୍ର ସ୍ବାଗତ ସହ ପରିଚୟ ପ୍ରଦାନ କରିଥିବା ବେଳେ ମୂଖ୍ୟ ଅତିଥି ସାହୁ ଛାତ୍ରଛାତ୍ରୀ ମାନଙ୍କୁ ନିଜ ପ୍ରତିଭାର ବିକାଶଧାରାକୁ ଶିର୍ଷରେ ପହଞ୍ଚାଇବା ସହ ନିଜକୁ ଯତ୍ନବାନ୍ ହେବାକୁ ପ୍ରବର୍ତ୍ତାଇଥିଲେ। ଏହି ଅବସରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଭିନ୍ନଭିନ୍ନ ଶୈଳିର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରସ୍ତୁତ ହୋଇଥିଲା । ପରିଶେଷରେ ବିଦ୍ୟାଳୟ ସହକାରୀ ଶିକ୍ଷକ ଧନ୍ୟବାଦ୍ ଅର୍ପଣ କରିଥିଲେ।

error: Content is protected !!