ଡ୍ୟୁଟି ସମୟରେ ଡାକ୍ତର ଲେଖୁଛନ୍ତି ବେସରକାରୀ ଔଷଧ ।
ବେସରକାରୀ ଔଷଧ ଦୋକାନ ପ୍ରତି ଏତେ ପ୍ରିତି କଣ ପାଇଁ ?
ନିରାମୟକୁ ଛାଡି ପ୍ରତିଦିନ ଲକ୍ଷାଧିକ ଟଙ୍କାର ବାହାର ମେଡିସିନ ଲେଖୁଛନ୍ତି ଡାକ୍ତର ।
ବାରମ୍ବାର ଅଭିଯୋଗ ପରେ ବି ଅଧିକାରୀ ଚୁପ ।
କୁଚିଣ୍ଡା (ତପନ ଦାଶ)-ଲୋକଙ୍କ ସୁବିଧା ଦୃଷ୍ଟିରୁ ସରକାର ନାନାଦି ସରକାରୀ ଯୋଜନା ପ୍ରଣୟନ କରିଛନ୍ତି । ଏପରିକି ସ୍ୱାସ୍ଥ୍ୟ , ଶିକ୍ଷା , ପରିମଳ ଭଳି ମୈାଳିକ ସୁବିଧା କିପରୀ ଅଧିକାରୁ ଅଧିକ ସୁବିଧା ପାଇବେ ସେ ଦିଗରେ ବେଶ ଯତ୍ନବାନ ସରକାର । ଏପରିକି ସର୍ବନିମ୍ନ ମୈାଳିକ ସୁବିଧା କିପରି ଜଣେ ହାତ ମୁଠାରେ ପାଇପାରିବ ସେଥିପାଇଁ ଅନେକ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ସରକାରୀ ସୁବିଧା ଯୋଗାଇ ଦିଆଯାଉଛି । ହେଲେ ସରକାର ଯେତେ ଯୋଜନା କଲେବି ତାର ଅନେକ ଫାଇଦା ନେଉଛନ୍ତି ସରକାରୀ କର୍ମଚାରୀ ।
ଅନେକ ବାଟମାରଣା ହୋଇ ଅଧାରେ ପଡିରହୁଛି । ଅନେକ ହିତାଧିକାରୀ ଯୋଜନାରୁ ବଂଚିତ ହୋଇ ବର୍ଷ ବର୍ଷ ଧରି ଅଫିସରଙ୍କୁ ଗୁହାରୀ କରି ଶେଷରେ ନିରାଶ ହେଉଛନ୍ତି । ହେଲେ ସରକାରୀ ବାବୁ ମାଲାମାଲ ହୋଇ ଲୋକଙ୍କୁ ଅଣଦେଖା କରୁଥିବା ନଜିର ରହିଛି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳେ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ।
ଏସଡିଏମଓ ଙ୍କ ମନମାନି ଓ ଚୁପ ରହି ଜଣେ ଡାକ୍ତରଙ୍କୁ ଅନୁକମ୍ପା ଦେଖାଇବା ନେଇ ବୁଦ୍ଦୀଜୀବି ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରତିଦିନ ରୋଗୀଙ୍କୁ ନିରାମୟ କମ ଓ ବାହାର ମେଡିସିନ ବେଶୀ ଲେଖୁଛନ୍ତି ଡାକ୍ତର । ବିଶେଷ କରି ବାହାର ମେଡିସିନ ଲେଖିବା ପାଇଁ ସରକାରୀ ଡାକ୍ତରଙ୍କ ପାଇଁ ଅନେକ ନିୟମ କାନୁନକୁ ଅଛି ।
ହେଲେ ଡାକ୍ତର ଜଣଙ୍କ ଏସବୁକୁ ଖାତିର କରି ପ୍ରତିଦିନ ଲକ୍ଷାଧିକ ଟଙ୍କାର ମେଡିସିନ ଲେଖୁଛନ୍ତି । ଫଳରେ ଗରୀବ ପରିବାର ନିଜ ରୋଗୀଙ୍କୁ ନେଇ ଅନେକ ଟଙ୍କା ଖର୍ଚ କରୁଥିବା ଦେଖିବାକୁ ମିଳୁଛି । ସରକାରୀ ଲ୍ୟାବ ରେ ଅନେକ ମେସିନ ଖରାପ ଥିବା ଓ ଷ୍ଟାପ କମ ଥିବାରୁ ଅନେକ ସମୟରେ ରୋଗୀଙ୍କୁ ବାହାରୁ ସମସ୍ତ ଟେଷ୍ଟ କରିବାକୁ ବାଧ୍ୟ କରୁଛନ୍ତି ଡାକ୍ତର ।
ତେଣୁ ବାହାର ମେଡିସିନ ଓ ବାହାରୁ ଟେଷ୍ଟ ପାଇଁ ରୋଗୀସିନା ହଇରାଣ ଓ ଖର୍ଚାନ୍ତରେ ପଡୁଛନ୍ତି ହେଲେ ଏଠି ସରକାରୀ ଡାକ୍ତର ମାଲାମାଲ ହେଉଛନ୍ତି । ଅନ୍ୟପଟେ ସରକାର ନିରାମୟ ଔଷଧ କୁ ନେଇ ବାହାବାହାଃ ନେଉଥିବା ବେଳେ ବେସରକାରୀ ମେଡିସିନରେ ଡାକ୍ତରଙ୍କ ପକେଟ ଗରମ ହେଉଛି ।
କିନ୍ତୁ ସାଧାରଣ ରୋଗୀ ଏଥିରେ ହନ୍ତସନ୍ତ ହୋଇ ବଂଚିଥାଇ ବି ନର୍କ ଯନ୍ତ୍ରଣା ପାଉଛି । ସରକାରୀ ଡାକ୍ତରଖାନା ରେ ଯଦି ଏଭଳି ଅବସ୍ଥା ତେବେ ରୋଗୀ ଯିବ କେଉଁଠିକୁ । ତେଣୁ ବାହାର ମେଡିସିନ ଲେଖି ମୁନାଫାଖୋର ଡାକ୍ତର ଙ୍କୁ ତୁରନ୍ତ ବଦଳି କରାଯିବା ସହିତ କାର୍ଯ୍ୟାନୁଷ୍ଟାନ ପାଇଁ ଦାବି ହେଉଛି । ତେଣୁ ସରକାର ବିଶେଷ କରି କୁଚିଣ୍ଡା ଡାକ୍ତରଖାନା ପ୍ରତି ଧ୍ୟନ ଦେଇ ତଦନ୍ତ ପୁର୍ବକ କାର୍ଯ୍ୟାନୁଷ୍ଟାନ ଗ୍ରହଣ କଲେ ବୋଧହୁଏ କିଛିଟା ସୁଧାର ଆସିବ ।