ପଦ୍ମପୁର – ପଦ୍ମପୁର ସହରର ରଜାପଡା ଠାରେ ସରକାରୀ ଅର୍ଥ ବ୍ୟୟରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ନବ ନିର୍ମିତ ଏକ ଅତ୍ୟାଧୁନିକ ଶବଦାହ ସ୍ମଶାନ ଓ ପଦ୍ମପୁର ବରଗଡ଼ ରାସ୍ତାରେ ଥିବା ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଚାରି ପାର୍ଶ୍ୱରେ ହୋଇଥିବା ସୌନ୍ଦର୍ଜି କରଣକାର୍ଯ୍ୟକୁ ସରକାରୀ ଅବଗତୀ ବା ଅଧିକାରୀଙ୍କୁ ନ ଜଣାଇ ନିଜ ମନମୁତାବକ ଦଳୀୟ ଏଜେଣ୍ଡା ପାଇଁ ବିଧାୟିକା ବର୍ଷା ସିଂ ବରିହା ଉଦଘାଟନ କରିଥିବା ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁରର ୱାର୍ଡ ନମ୍ବର ୦୨ର କାଉନସିଲର ଇଂ କୁନାଲ ପାଣିଗ୍ରାହୀ,୦୮ର କାଉନସିଲର ପ୍ରମିଳା ମେହେର,ଓ ୦୯ର କାଉନସିଲର ଚିନ୍ମୟ କୁମାର ପଣ୍ଡା ଲିଖିତ ଭାବରେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ।

କାଉନସିଲର ମାନଙ୍କ ଅଭିଯୋଗ ଅନୁଯାୟୀ ସରକାରୀ ଟଙ୍କାରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହରର ସୌନ୍ଦର୍ଯ୍ୟକରଣ ଓ ଜନ ହିତ ପାଇଁ ଉଭୟ ପ୍ରକଳ୍ପ ମାନ କରାଯାଇଥିବା ବେଳେ ଏହାର ବିଧିବଦ୍ଧ ଉଦଘାଟନ ସରକାରୀ ସ୍ତରରେ ପ୍ରଶାସନ ଦ୍ୱାରା କରାଯିବା ସହ ଉଦଘାଟନୀ ଫଳକରେ ପ୍ରକଳ୍ପର ଆୟବ୍ୟୟ ସହ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ନିମନ୍ତ୍ରିତ ଅତିଥିଙ୍କ ନାମ ରହିବା କଥା ଏବଂ ନିରପେକ୍ଷ ଭାବରେ ସମସ୍ତଙ୍କ ଉପସ୍ଥିତରେ ଉଦଘାଟନ କରିବାର ନିୟମ ରହିଅଛି ।

ହେଲେ ଏହି ସମସ୍ତ ନିୟମକୁ ଖୁଲମ ଖୁଲା ପ୍ରତ୍ୟାଖାନ କରିବା ସହ ସରକାରୀ ପ୍ରକଳ୍ପର ଉଦଘାଟନ ନିଜର ଦଳୀୟ ରାଜନୈତିକ ଉଦ୍ଦେଶ୍ୟରେ କିଛି ଦଳୀୟ କର୍ମୀ ଓ ଦଳୀୟ ସମର୍ଥିତ କାଉନସିଲର ମାନଙ୍କ ଉପସ୍ଥିତିରେ ନିଜ ନାମ ଫଳକ ସହ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଉଦଘାଟନ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାର ଉଚିତ ତଦନ୍ତ ସହ ବିହିତ ପଦକ୍ଷେପ ନିଆଯାଉ ଏବଂ ଆଗାମି ଦିନରେ ଯେପରି ଏପରି ଘଟଣାର ପୁନରାବୃତ୍ତି ନଘଟୁ ଏହାପ୍ରତି ପ୍ରଶାସନ ଦୃଷ୍ଟି ଦେଉ ବୋଲି ଏହି ତିନିଜଣ କାଉନସିଲର ଦାବି କରିଛନ୍ତି ।


