Saturday, March 7, 2026
Homeଅଘଟଣସରକାରୀ କର୍ମଚାରୀ ନକଳି କାଗଜପତ୍ର ଜମି ହଡ଼ପ କରିଥିବା ଅଭିଯୋଗ।

ସରକାରୀ କର୍ମଚାରୀ ନକଳି କାଗଜପତ୍ର ଜମି ହଡ଼ପ କରିଥିବା ଅଭିଯୋଗ।

ବଲାଙ୍ଗୀର – ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତହସିଲ ଅନ୍ତର୍ଗତ ଧାମନଡ଼ଙ୍ଗ ଗାଁ ର ଜଣେ ସରକାରି କର୍ମଚାରୀ ପାର୍ବତୀ ତାଣ୍ଡି ନାମକ ଜଣେ ମହିଳା ତାଙ୍କ ସମ୍ପକୀୟ କାକା ଙ୍କ ଜମି କୁ ଜାଲିୟାତି କାଗଜପତ୍ର ଦାଖଲ କରି ହଡ଼ପ କରି ବିକ୍ରି କରିଦେଇଥିବା ଅଭିଯୋଗ ହେଉଛି। ଏନେଇ ତାଙ୍କ ସମ୍ପକୀୟ ତାଙ୍କ ଭଉଣୀ ନିଶା ତାଣ୍ଡି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛନ୍ତି। ବାବୁଲାଲ ତାଣ୍ଡି( ଶିବ) ନାମକ ଜଣେ ବ୍ୟକ୍ତିଙ୍କ ଅନେକ ବର୍ଷ ହେଲା ଛତିଶଗଡ ରାଜ୍ଯ ର ଭିଲାଇ ସହର ରେ ବସବାସ କରୁଥିଲେ। ତାଙ୍କ ଗାଁ ଧାମନଡ଼ଙ୍ଗା ଥିବା ବେଳେ ସେ ଅନେକ ସମୟରେ ଗାଁ କୁ ଆସୁଥିଲେ। ଗାଁ ରେ ତାଙ୍କ ପିତୃ ସମ୍ପତି ରହିଥିବା ବେଳେ ବାବୁଲାଲ ଓରଫ ଶିବ ଙ୍କ ନାରେ ପ୍ରାୟ ୨ ଏକଡ ରୁ ଅଧିକ ଜମି ରହିଥିଲା।

ହେଲେ ବାବୁଲାଲ ଓରଫ ଶିବ ଙ୍କ ମୃତୁ ହେବା ଧାମନଡ଼ଙ୍ଗା ରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଝିଆରୀ ପାର୍ବତୀ ତାଣ୍ଡି ଏନେଇ ଉତ୍ତରାଧକରୀ କାଗଜପତ୍ର ତିଆରୀ କରି ମୃତ ବାବୁଲାଲ ଓରଫ ଶିବ ଙ୍କ ପତ୍ନ ସଙ୍ଗୀତା ତାଣ୍ଡି ଓ ତାଙ୍କ ଝିଅ ନିଶା ତାଣ୍ଡି କୁ ଉତ୍ତରାଧକରୀ ବାହାର କରି ଦେଇ ନକଳି କାଗଜପତ୍ର ଦାଖଲ କରି ଜମି ହଡ଼ପ କରି ଅନ୍ୟ ପାଖରେ ବିକ୍ରି କରି ଦେଇଥିବା ନେଇ ମୃତ ବାବୁଲାଲ ଙ୍କ ଝିଅ ନିଶା ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ ଆଣିଛନ୍ତି। ଏନେଇ ପୁଣି ଥରେ ନିଶା ଉତ୍ତରାଧକରୀ ପାଇଁ ପ୍ରଶାସନ ପାଖରେ ଆବେଦନ କରିଛନ୍ତି।

ହେଲେ ଅଧିକାରୀ ଆବେଦନ ଯାଞ୍ଚ କରିବା ବଦଳ ରେ ସେମାନ ଙ୍କୁ ହରିଆଣ କରୁଥିବା ଅଭିଯୋଗ ହେଉଛି। ତେବେ ଏହି ଅଭିଯୋଗ ଉପରେ ରାଜ୍ଯ ସରକାର ଓ ରାଜ୍ବସ୍ବ ବିଭାଗ ଦୃଷ୍ଟି ଦେବା ଆବଶ୍ୟକ ଅଟେ ବୋଲି ମତ ପ୍ରକାଶ ପାଉଛି। ଅନ୍ୟପକ୍ଷ ରେ ପାର୍ବତୀ ତାଣ୍ଡି କିଛି ଦିନ ଆଗରୁ ଗଣମାଧ୍ୟମ ସମୁଖୀନ ରେ ମୁହଁ ଖୋଲି କହିଥିଲେ ଯେ ନିଶା ଓ ସଙ୍ଗୀତା ସେମାନେ ଯାଦବ ସମ୍ପଦ୍ରାୟର ସେମାନେ କେମିତି ମୋ କାକା ଶିବ ତାଣ୍ଡି ଙ୍କ ଉତ୍ତରାଧକରୀ ତାଳିକା ରେ ଆସିବେ ସେମାନେ ତୋ ବାହାରିଆ ଲୋକ ବୋଲି ସେ କହିଥିଲେ।

error: Content is protected !!