ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଡୋଳାମଣି ପ୍ରଧାନଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି |ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲଳିତ ମୋହନ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପାଇକମାଲ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଧଳେନ୍ଦ୍ର କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ |ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଟେମରୀ ଶ୍ରୀଯୁକ୍ତ ମହେଶ୍ୱର ହରିପାଳ ଓ ବିଦ୍ୟାଳୟ କମିଟି ସଭ୍ୟ ଭେଙ୍କଟ ରମଣ ଠାକୁର ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ସଭାରେ କମିଟି ସଭ୍ୟସଭ୍ୟା, ଅଙ୍ଗନବାଡିକର୍ମୀ ଓ ଭଦ୍ରବ୍ୟକ୍ତିଗଣ ଉପସ୍ଥିତ ଥିଲେ |ସର୍ବପ୍ରଥମେ ମା ସରସ୍ବତୀଙ୍କ ପୂଜାର୍ଚନା ପରେ ବିଦ୍ୟାଳର ଛାତ୍ରୀମାନଙ୍କଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା ।

ଅତିଥି ଓ ଶିକ୍ଷକବୃନ୍ଦ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରଧାନଙ୍କ ସମୟାନୁବର୍ତ୍ତିତା, କର୍ତ୍ତବ୍ୟନିଷ୍ଠା, ନମ୍ରତା ଆଦି ଗୁଣ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟୀ ହେବ ବୋଲି ସଭାରେ ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ପ୍ରଧାନ ଏ ଅଂଚଳର ଜଣେ ବେଶ ଜଣାଶୁଣା ଆଦର୍ଶ ଶିକ୍ଷକ। ଏହି ସଭାରେ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ ଚନ୍ଦ୍ର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶ୍ରୀଯୁକ୍ତ ଯୁଧିଷ୍ଠିର ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦାୟୀ ଶିକ୍ଷକଙ୍କୁ ବିଦ୍ୟାଳୟ ତରଫରୁ ଉପଢୌକନ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକବୃନ୍ଦ ଶ୍ରୀଯୁକ୍ତ ଉପେନ୍ଦ୍ର ପ୍ରଧାନ, ଅକ୍ଷୟ ଡୁଡୁକା, କୈଳାଶ ବରିହା ଓ ଶ୍ରୀମତୀ ଋତୁପର୍ଣ୍ଣା ସିଂ ବରିହା ଏଥିରେ ସହଯୋଗ କରିଥିଲେ ।


