ବରପାଲି-ବରପାଲି ବ୍ଲକ ପାଟକୁଲୁଣ୍ତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବୁଧଧବାର ପୂର୍ବାହ୍ନରେ ଇଷ୍ଟଦେବୀ ମା’ କୁଲୁଣ୍ଡାପାଟ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା | ଏହାପରେ ସ୍ଥାନୀୟ ସରପଞ୍ଚ ପ୍ରେମରାଜ ତାଣ୍ଡି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ | ପ୍ରଧାନ ଶିକ୍ଷକ ସଂଜୀବ କୁମାର ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସାଧାରଣ ସଭାକୁ ସହକାରୀ ଶିକ୍ଷକ ଭୁବନେଶ୍ବର ପଣ୍ଡା ସଂଚାଳନ କରିଥିଲେ |

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଧାୟକ ପ୍ରତିନିଧୂ ଧୂରୋଜ ପଧାନ, ବିଶିଷ୍ଟ ଶିଳ୍ପ ପତି ଶ୍ରୀନିବାସ ରାଓ, କମିଟିର ବରିଷ୍ଠ ସଭ୍ୟ ରାମ ନାଏକ, ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ର ସଭାପତି ହୃଷିକେଶ ନାଏକ, ସ୍କୁଲ ପରିଚାଲନା କମିଟି ଚେୟାରମେନ ରାଜୀବ ସାହୁ ଏବଂ ମୁଖ୍ୟ ବକ୍ତା ଭାବରେ ହାସ୍ୟ କବି ଭାରତ ନାଏକ ମଂଚାସୀନ ଥିଲେ | ପରିଚାଳନା କମିଟିର ସଭ୍ୟ ଗୁଣ ସାହୁ, ରମେଶ ନାଏକ, ନରେଶ ପଟେଲ, ରୋହିତ ମେହେର ରାମ ନାଏକ ଓ ଅନ୍ୟାନ୍ୟ ସଭ୍ୟ ସଭ୍ୟାଗଣ ଉପସ୍ଥିତ ଥିଲେ ।

ଏଥିସହିତ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ରେ ସାମିଲ ହୋଇ ଆକ ସହାୟତା ପ୍ରଦାନ କରିବା ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା | ଶିକ୍ଷୟତ୍ରୀ ମମତା ସାହୁ, କଳ୍ପନା ମିଶ୍ର ଓ ପ୍ରତିଭା ପଧାନ ଙ୍କ ତତ୍ତ୍ବାବଧାନରେ ମେଧାବୀ ଛାତ୍ରଛାତ୍ରୀ, ନେତୃତ୍ଵ, ଶୃଙ୍ଖଳା, ପରିସ୍କାର ପରିଚ୍ଛନ୍ନତା ଆଦିବିଭିନ୍ନ ବ୍ୟକ୍ତିଗତ ଓ ସାମାଜିକ ଗୁଣାବଳୀ ଉପରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଶିକ୍ଷକ ଡିଳେଶ୍ବର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ | ଏହାପରେ ଶିକ୍ଷକ ଭାରତ ପୋଢ଼ ଓ ସୁଶାନ୍ତି ବେହେରା ଙ୍କ ସଂଯୋଜନା ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |

