Saturday, March 7, 2026
Homeରାଜ୍ୟସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତିଯୋଗିତା ।

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତିଯୋଗିତା ।

ବରପାଲି-ବରପାଲି ବ୍ଳକ ବୁରୋମୁଣ୍ତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୁରୋମୁଣ୍ଡା ଓ ଗ୍ରାମ୍ୟ ଜଳ ପରିମଳ କମିଟି ଗ୍ରାମ୍ ବିକାଶର ମିଳିତ ସହଭାଗିତାରେ ବୁରୋମୁଣ୍ଡା ବିଦ୍ୟାଳୟ ପରିସରରେ ଅନ୍ଵେଷା କାର୍ଯ୍ୟକ୍ରମ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସଭାରେ ମୁଖ୍ୟ ଅତିଥି ପର୍ଶୁରାମ ପଧାନ, ସମ୍ମାନିତ ଅତିଥି ମହାଦେବ ପଧାନ, ପହିଲିମାନ ପଧାନ ଓ ସଭାପତି ଭାବେ ମୋରାରଜୀ ଭୋଇ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରଥମେ ମା ସରସ୍ଵତୀଙ୍କ ପାଦ ପଦ୍ମରେ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପ ମାଲ୍ଯାପର୍ଣ କରାଯାଇଥିଲା।

ଅତିଥି ଗଣ ନିଜ ନିଜ ଅଭିଭାଷଣ ପ୍ରଦାନ କରିସାରିବା ପରେ ପାଞ୍ଚଟି ପଞ୍ଚାୟତ ରୁ ଆସିଥିବା ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା – ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ବିତର୍କ, ଶ୍ରୁତଲିଖନ, ଗୀତ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ଵ ହାସଲ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ପାଳନ ହେବାକୁ ଥିବା ଅନ୍ଵେଷା କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯିବ ବୋଲି ପ୍ରଧାନଶିକ୍ଷକ ସୂଚନା ପ୍ରଦାନ କରିଥିଲେ।

error: Content is protected !!