ପଦ୍ମପୁର-ପଦ୍ମପୁର ସ୍ଥାନୀୟ ଚାରପାଲି ଠାରେ ପ୍ରଥମ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଅବସର ପ୍ରାପ୍ତ ଶିକ୍ଷକ ଦାଉଦ କୁଅଁର ମୁଖ୍ୟ ବକ୍ତା ବିରଞ୍ଚି ବିଭାର,ସମ୍ମାନିତ ଅତିଥି ଭାବେ ମନମୋହନ ତାଣ୍ଡି, ଯୁବ ସମ୍ବାଦିକ ଗୋପବନ୍ଧୁ ଶିକା, ବିଦ୍ୟାଧର ତାଣ୍ଡି, ନିହା ରାଜହଂସ,ବ୍ୟାସଦେବ ନାଗ,ଘାସିରାମ କୁମ୍ଭାର, ଦୁବରାଜ ଲୁହାର, ଚନ୍ଦ୍ରମଣି କୁମ୍ଭାର, ସନ୍ତୋଷ ବାରିକ, କେଶବ ହରପାଳ, ଯୋଗଦାନ କରି ବୁଦ୍ଧ ଓ ବାବା ସାହେବ ଆମ୍ବେଦକର ଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଵଳନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ସୁଶାନ୍ତ କୁଅଁର ପରିଚାଳନା କରିଥିଲେ । ଅତିଥିମାନେ ନିଜର ବକ୍ତବ୍ୟ ରେ କହିଥିଲେ ନୁଆଁ ଖାଇ ହେଉଛି କୃଷିଭିତିକ ପର୍ବ ଭାଇଚରା ପର୍ବ ଏହି ପର୍ବ ସମସ୍ତଙ୍କୁ ଯୋଡୁଥିବା ପର୍ବ ବୋଲି ମତ ରଖିଥିଲେ । ମୁଖ୍ୟଅତିଥି କହିଥିଲେ ସମ୍ବିଧାନ ର ଅଧିକ ପ୍ରଚାର ପ୍ରସାର ର ଆବଶ୍ୟକତା ଅଛି ସମସ୍ତେ ସମ୍ବିଧାନ ପଢିବାକଥା ବୋଲି ମତ ଦେଇ ଥିଲେ ।

ମୁଖ୍ୟଵକ୍ତା ନୁଆଁଖାଇ ପରମ୍ପରା ଉପରେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ଚାରପାଳି, ଖେମେଡ଼ଖାର, ଜାମଖେର, ଲମ୍ବରଜୁନା, ସିଂହିମୁଣ୍ଡା, କେନ୍ଦୁମୁଣ୍ଡା, ନାଗେନମାଳ, ହଲକାଦାଦର, ଭାଲୁକନା ୯ ଖଣ୍ଡ ଗାଁ ର ଲୋକ ଯୋଗଦେଇ ଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଆମ୍ବେଦକର ଙ୍କ ଜୀବନୀ ଉପରେ ବକୃତା ପ୍ରତିଯୋଗିତା, ଡ୍ୟାନ୍ସ, ଗୀତ, ପ୍ରତିଯୋଗିତା ହୋଇଥିଲା । ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ର ଅନୁଷ୍ଠିତ ହୋଇଥିଲା। । ଏହି ସମସ୍ତ କାର୍ଯ୍ୟକ୍ରମ ରେପ ମଣ୍ଟୁ ତାଣ୍ଡି, ଦୀପକ କୁମ୍ଭାର, ମନୋଜ ତାଣ୍ଡି, ଲବ ତାଣ୍ଡି, ସୋନୁ ତାଣ୍ଡି ହରିହର ତାଣ୍ଡି ଅର୍ଜୁନ ତାଣ୍ଡି, ନେହେରୁ କୁମ୍ଭାର, ମୁନୁ ତାଣ୍ଡି ଅନ୍ତର୍ଯ୍ୟାମୀ ତାଣ୍ଡି, ବୀରେନ୍ଦ୍ର ତାଣ୍ଡି, ସୁରଥ କୁମ୍ଭାର, ମିନି କେତନ ତାଣ୍ଡି, ପପୁ ତାଣ୍ଡି ସହଯୋଗ କରିଥିଲେ । ଶେଷରେ ଦୁଷ୍ମନ୍ତ କୁଅଁର ଧନ୍ୟବାଦ ଦେଇଥିଲେ ।



