ଗାଇସିଲେଟ- ଜୟ ଭାରତୀ ଶ୍ରମିକ ସଙ୍ଘ ଗାଇସିଲେଟ ଠାରେ ରାଜବୋଡା ସମ୍ବର କୃଷକ ସଂଗଠନ ଓ ଜୟ ଭାରତୀ ଶ୍ରମିକ ସଙ୍ଘ ଗାଇସିଲେଟ ବ୍ଲକ ତରଫରୁ ସମ୍ବିଧାନ ଦିବସ ପାଳନ କରାଯଇଥିଲା l ପ୍ରଥମେ ଡ଼ଃ ଆମ୍ବେଦକର ଙ୍କ ଫୋଟୋ ରେ ପୁଷ୍ପ ମାଲ୍ୟ ଓ ଦୀପ ଜାଳି ପୂଜା କରାଯାଇଥିଲା l ଆମ ଗଣତାନ୍ତ୍ରିକ ଦେଶରେ ସମ୍ବିଧାନ ର ଗଠନ ଓ କାର୍ଯ୍ୟକାରୀତା ଉପରେ ଆଲୋଚନା କରାଯାଇଥିଲା l
ପରେ ଦିଲ୍ଲୀ ସଂଯୁକ୍ତ କିସାନ ମୋର୍ଚା ଆହ୍ୱାନ ରେ ରାଜ ବୋଡା ସମ୍ବର କୃଷକ ସଂଗଠନ ଗାଇସିଲେଟ ବ୍ଲକ ତରଫରୁ ଏମ ଏସ ପି ଲାଗୁ, ସମସ୍ତ ଚାଷ ଉପରେ ବିକ୍ରି ବ୍ୟବସ୍ତା ଓ ମୂଲ୍ୟ ନିର୍ଧାରଣ,ବିଦ୍ୟୁତ ବିଲ ଛାଡ଼, ଗେରେଣ୍ଟି କାର୍ଡ ଲାଗୁ ,ଶ୍ରମିକ ପାଉଣା ବୃଦ୍ଧି ଓ ଅନେକ ଦାବୀ ନେଇ ଗାଇସିଲେଟ ତହସିଲଦାର ଟିଟସ ମହାନନ୍ଦିଆ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସଭାପତି ଅରବିନ୍ଦ ପଣ୍ଡା, ଆବାହକ ବୀରେନ୍ଦ୍ର ପଧାନ, ସମ୍ପାଦକ ଗଜପତି ସାହୁ, କୋଷାଧକ୍ଷ ଆନନ୍ଦ ପଧାନ, ଉପଦେଷ୍ଟା ଉପେନ୍ଦ୍ର କାଲୋ, ହୃଷିକେଶ ସାହୁ, ବେଟିଖାଇ ବରିହା,ପ୍ରସନ୍ନ କୁମ୍ଭାର, ଗୁପ୍ତେଶ୍ୱର ସାହୁ ପ୍ରମୁଖ ସାମିଲ ଥିଲେ l