–ଡିସେମ୍ବର ୮ରୁ ୧୨ ପର୍ଯ୍ୟନ୍ତ ହେବ ଏହି ସମ୍ମିଳନୀ ।
-କୁମ୍ଭାରୀର ବୀର ସୁରେନ୍ଦ୍ର ସାଏ ଏବଂ ଟଁଣ୍ଡେଇ ନାଟକ ମୁଖ୍ୟ ଆକର୍ଷଣ ।
ସମ୍ବଲପୁର-ସାମାଜିକ ସାଂସ୍କୃତିକ ସ୍ୱେଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆସନ୍ତା ୮ ତାରିଖ ଠାରୁ ପାଞ୍ଚଦିନ ଧରି ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଆୟୋଜନ କରାଯିବ । ଲକ୍ଷ୍ମୀଟଜିଜ ଛକ ନିକଟରେ ଥିବା ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ କାର୍ଯ୍ୟକ୍ରମ ଆୟୋଜନ ନେଇ ବିଶେଷ ସୂଚନା ପ୍ରଦାନ କରାଯାଇଥିଲା I ସମ୍ବଲପୁର ଜେଲ ଛକ ପାଖରେ ଥିବା ଗୁରୁ ସତ୍ୟନାରୟଣ ସମ୍ବଲପୁରୀ ଡେରାରେ ଡିସେମ୍ବର ୮ ରୁ ୧୨ ସମ୍ବଲପୁରୀ ସମ୍ମିଳନୀ ଅନୁଷ୍ଠିତ ହେବ । ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା କୁ ଆହୁରି ରୁଧିମନ୍ତ ଓ ଶାଣିତ କରିବା ପାଇଁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଢେରା। ଏକ ଅଦ୍ଭୁତପୂର୍ବ ମିଳନ ସ୍ଥଳୀ ହେବ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ବୋଲି ମଞ୍ଚ ର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଖବରଦାତା ସମ୍ମିଳନୀରେ କହିଛନ୍ତି ।
୮ ତାରିଖ ସକାଳେ ସମଲେଇଙ୍କ ଆଜ୍ଞାମାଳ ଅଣାଯିବା ପରେ ଦିନ ୧୦ ଟାରେ ସମ୍ମଲନୀ ଉଦଘାଟନ କରା ଯିବ । ପ୍ରଥମ ଦିନ ସମ୍ବଲପୁରୀ ଦିନ ଆୟୋଜନ କରୁଥିବା ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ସମ୍ବନ୍ଧିତ କରାଯିବା ସହ ଗୁରୁଙ୍କ ପ୍ରତିମୂର୍ତ୍ତୀ ନିର୍ମାଣରେ ସହଯୋଗ କରିବା ବ୍ୟକ୍ତି ବିଶେଷଙ୍କୁ ମନ୍ତ୍ର ସମ୍ବନ୍ଧିତ କରାଯିବା ନେଇ ମଞ୍ଚର ଉପଦେଷ୍ଟା ଓ ପ୍ରମୋଦ ରଥ ସୂଚନା ଦେଇଥିଲେ । ଏହାସହ ପ୍ରତି ଦିନ ଅପରାହ୍ନରେ ହାଇସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସମ୍ବଲପୁରୀ ସମ୍ବନ୍ଧିତ ପ୍ରତିଯୋଗିତା ଗୁଡିକ ଆୟୋଜନ କରାଯିବ । ଜାତୀୟ ସମ୍ବଲପୁରୀ ସମ୍ମିଳନୀ ସମ୍ବଲପୁରୀ କପଡା ବଜାର, ଖାଦ୍ୟପେୟ ଆଦି ସହ ପ୍ରଦର୍ଶନୀର ଆୟୋଜନ କରଯିବ । ଏହାସହ ସମ୍ବଲପୁରୀ ଭାଷା ସଂସ୍କୃତି ବିଷୟରେ ବିଭିନ୍ନ ଆଲୋଚନା ଚକ୍ର ଖାଦ୍ୟପେୟ ଏବଂ ବସ୍ତ୍ର ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯିବା ନେଇ ଖବରଦାତା ସମ୍ମିଳନୀରେ ମଞ୍ଚର ଆବାହକ ଭବାନୀଶ ଭୋଇ ସୂଚନା ଦେଇଥିଲେ ।
ଏହାସହ ପ୍ରତିଦିନ ସନ୍ଧ୍ୟାରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ମଞ୍ଚର ସାଂସ୍କୃତିକ ସଂଯୋଜକ ଦାଶରଥ ମେହେର ସୂଚନା ଦେଇଥିଲେ । ପ୍ରଥମ ଦୁଇଦିନ ସମ୍ବଲପୁରୀ ଗୀତ ନୃତ୍ୟର କାର୍ଯ୍ୟକ୍ରମ ଆୟୋଜିତ ହେବ । ସେହିପରି ୧୦ ତାରିଖ ସନ୍ଧ୍ୟାରେ ସମ୍ବଲପୁରୀ ହାସ୍ୟବ୍ୟଙ୍କି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୧୧ ତାରିଖ ସନ୍ଧ୍ୟାରେ ସମ୍ବଲପୁରୀ ନାଟ୍ୟ ପୁରୋଧା ଗୁରୁ ଭଗତନ ସାହୁଙ୍କ ଦ୍ଵାରା ନିର୍ଦ୍ଦେଶିତ ବୀର ସୁରେନ୍ଦ୍ର ସାଏ ନାଟକ ଏବଂ ୧୨ ତାରିଖ ସନ୍ଧ୍ୟାରେ ଟଣ୍ଢେଇ ନାଟକ ପ୍ରଦଶତ ହେବ ବୋଲି ସାଂସ୍କୃତିକ ସଂଯୋଜନ ସୂଚନା ଦେଇଥିଲେ । ଏହାସହ ଛୋଟ ଛୁଆଙ୍କ ମନୋରଞ୍ଜନ ପାଇଁ ମୀନାଚଢାର ଆଦିର ମଧ୍ୟ ଅ ୟୋଜନ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ମଞ୍ଚର ସମ୍ବଲପୁର ଶାଖା ସଂଯୋଜଳ କିଶୋର ଧରେଇ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।