Sunday, November 24, 2024
spot_imgspot_imgspot_img
Homeରାଜନୀତିସମ୍ବଲପୁରରେ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍କୁଟିରେ ବୁଲିବା...

ସମ୍ବଲପୁରରେ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍କୁଟିରେ ବୁଲିବା ସହ ଚା’ ପିଇଲେ ।

ସମ୍ବଲପୁର-ସମ୍ବଲପୁର ଲୋକସଭାର ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳେ ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ ମିଲିଟାରୀ ଏକାଡେମୀରେ ଅଗ୍ନିବୀର ପାଇଁ ପ୍ରଶିକ୍ଷଣ ନେଉଥିବା ଯୁବଶକ୍ତିଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଭାବ ବିନିମୟ କରିଛନ୍ତି । ସେ କହିଥିଲେ ବୀର ସୁରେନ୍ଦ୍ର ସାଏଙ୍କ ପାଖରେ କେବଳ ଅଦମ୍ୟ ସାହାସ ଓ ଶାରୀରିକ ଶକ୍ତି ନଥିଲା, ତାଙ୍କ ପାଖରେ ପ୍ରଚଣ୍ଡ ରାଷ୍ଟ୍ରପ୍ରେମ ସହ ଏକ ବଡ଼ ଉଦ୍ଦେଶ୍ୟ ଥିଲା । ଦେଶରୁ ବ୍ରିଟିଶଙ୍କୁ ହଟାଇବା ଥିଲା ସୁରେନ୍ଦ୍ର ସାଏଙ୍କ ମୁଖ୍ୟ ଉଦ୍ଦେଶ୍ୟ । ସେ ଇଂରେଜମାନଙ୍କ ସହ ବୁଝାମଣା ନ କରି ସଂଗ୍ରାମ କରିଥିଲେ ଏବଂ ସହିଦ୍ ହୋଇଥିଲେ । ସୁରେନ୍ଦ୍ର ସାଏଙ୍କ ପରି ଦେଶପ୍ରେମରେ ଉଦବୁଦ୍ଧ ହେବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।

ସେହିପରି ସମ୍ବଲପୁରରେ ସ୍କୁଟିରେ ବୁଲିବା ସହ ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀଙ୍କୁ ଭେଟି ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଗୋଲବଜାର ବୈଦ୍ୟନାଥ ଛକରେ ପ୍ରମୋଦ ବାରିକଙ୍କ ଦୋକାନରେ କାର୍ଯ୍ୟକର୍ତ୍ତାଙ୍କ ସହ ଚା’ ପିଇଥିଲେ । ପ୍ରାୟ 50 ବର୍ଷର ଏହି ପୁରୁଣା ଦୋକାନରେ ଅନେକ ବନ୍ଧୁ ମାନଙ୍କୁ ଭେଟି ଖୁସିବ୍ୟକ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସାଧାରଣ ବ୍ୟକ୍ତିଙ୍କ ପରି କେନ୍ଦ୍ରମନ୍ତ୍ରୀ ବିଭିନ୍ନ ଦୋକାନରୁ ସାମଗ୍ରୀ କିଣାକିଣି କରିବା ସହ ଆତିଥେୟତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

error: Content is protected !!