Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସମଲେଶ୍ଵରୀ ମାଁଙ୍କ ଧବଳ ମୁଖି ଗଙ୍ଗାଦର୍ଶନ ।

ସମଲେଶ୍ଵରୀ ମାଁଙ୍କ ଧବଳ ମୁଖି ଗଙ୍ଗାଦର୍ଶନ ।

ବରପାଲି-ପବିତ୍ର ମହାଳୟା ଅବସରରେ ବରପାଲିର ଅଧିଷ୍ଠାତ୍ରୀ ଦେବୀ ମାଁସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନାର୍ଥେ ହଜାରହଜାର ଭକ୍ତ ମଣ୍ତଳି ଗଙ୍ଗାଦର୍ଶନ ଲାଭ କରିଛନ୍ତି ।ପବିତ୍ର ମହାଳୟା ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଳୟା ତିଥିରେ ମାଁଙ୍କ ଏହି ଦୁର୍ଲ୍ଲଭ ରୂପ ଦେଖିବାକୁ ଆଖପାଖ ଅଞ୍ଚଳର ଭକ୍ତ ମାନଙ୍କ ଭିଡ ରବିବାର ପ୍ରତ୍ଯୁଷରୁ ମନ୍ଦିର ପରିସରରେ ଦେଖିବାକୁ ମିଳିଥିଲା ।

ଏହି ଅବସରରେ ଶନିବାର ରାତ୍ର ସମୟରେ ମନ୍ଦିର ସମ୍ମୁଖରେ ଭଜନ, ପରାୟଣ ଆଦି କାର୍ଯକ୍ରମ ଆୟୋଜିତ ହୋଇଥିଲା । ପୁର୍ବରୁ ଲୋକାଚାରରେ ବିଶ୍ୱାସ ରହିଛି ଯେ ଦେବୀଙ୍କ ଏହି ରୂପକାନ୍ତି ଦର୍ଶନ କଲେ ଗଙ୍ଗା ଦର୍ଶନ ର ପୁଣ୍ୟ ଲାଭ ହୋଇଥାଏ। ବିଳମ୍ବିତ ରାତ୍ରରେ ପୂଜକ ମାନଙ୍କ ଦ୍ବାରା ନିତିକାନ୍ତି ପାଳନିୟ ସହ ପରମ୍ପରା ଅନୁଶାରେ ମନ୍ଦିର ମାଁଙ୍କ ମୂଖ୍ୟ ଦ୍ବାର ଉନ୍ମୁକ୍ତ କରାଯାଇଥିଲା। ଅଞ୍ଚଳର ୨୫ ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଦିନ ତମାମ ଭକ୍ତ ମାନଙ୍କ ଆଗମନ ଜାରି ରହିଥିଲା।

error: Content is protected !!