Monday, April 14, 2025
spot_imgspot_imgspot_img
Homeରାଜ୍ୟସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀଙ୍କ ଦିନିକିଆ ବରଗଡ ଗସ୍ତ ।

ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀଙ୍କ ଦିନିକିଆ ବରଗଡ ଗସ୍ତ ।

ଜିଲ୍ଲାସ୍ତରୀୟ ସମବାୟ ସଭ୍ୟ ସଚେତନତା କାର୍ଯ୍ୟକ୍ରମ ସମେତ ବିଭିନ୍ନ ପ୍ରକଳ୍ପର କଲେ ଉଦ୍ଘାଟନ ଏବଂ ଶିଳାନ୍ୟାସ ।

ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ ସହ ସୁଦୃଢ ବିପଣନ ବ୍ୟବସ୍ଥା ପାଇଁ ମୋହନ ସରକାର ପ୍ରତିଶ୍ରୁତିବଦ୍ଧ ଓ ସଙ୍କଳ୍ପବଦ୍ଧ : ମାନ୍ୟବର ମନ୍ତ୍ରୀ ।

ବରଗଡ-ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତ ଦିନିକିଆ ବରଗଡ ଗସ୍ତରେ ଆସି ବରଗଡ଼ ନିୟନ୍ତ୍ରିତ ବଜାର କମିଟିର ନୂତନ କାର୍ଯ୍ୟାଳୟ ଏବଂ ଅତାବିରା, ଗଡଭଗା ଠାରେ ନବ ନିର୍ମିତ ନିୟନ୍ତ୍ରିତ ବଜାର କମିଟିର ମାର୍କେଟ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିବା ସହ ସର୍ବମୋଟ ମୋଟ ୮୮ କୋଟି ୭୨ଲକ୍ଷ ୫୧ ହଜାର ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମାନ୍ୟବର ମନ୍ତ୍ରୀ ପ୍ରଥମେ ବେଲଜୁରି ବଜାର ପରିଭ୍ରମଣ କରି ସ୍ଥାନୀୟ ବୁଣାକାରଙ୍କ ନିମିତ୍ତ ପୂର୍ବରୁ ନିର୍ମାଣ ହୋଇ ଖାଲି ପଡିରହିଥିବା ମାର୍କେଟ କମ୍ପ୍ଲେକ୍ସର ତଦାରଖ କରିବା ପରେ ବେହେରା ମାର୍କେଟ ପରିଦର୍ଶନ କରି ସେଠାରେ ସମସ୍ତ ସୁବିଧା ଯୋଗାଇ ତାହାର ପୁନରୁଦ୍ଧାର ନିମନ୍ତେ ସ୍ଥାନୀୟ ବୁଣାକାର ଏବଂ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ ।

ଏହାପରେ ବରଗଡ ସ୍ଥିତ ସମ୍ବଲପୁରୀ ବସ୍ତ୍ରାଳୟର ରଙ୍ଗ ଘର ଏବଂ କାର୍ଯ୍ୟାଳୟ ପରିଦର୍ଶନ କରି ସମଲପୁରୀ କପଡ଼ାର ପ୍ରସ୍ତୁତି ଏବଂ ବିକ୍ରି ପ୍ରକ୍ରିୟାର ତଦାରଖ କରିବା ପରେ କୃତାର୍ଥ ଆଚାର୍ଯ୍ୟ ସମବାୟ ପରିଚାଳନା କେନ୍ଦ୍ରଠାରେ ଆୟୋଜିତ ହେଉଥିବା “ଜିଲ୍ଲାସ୍ତରୀୟ ସମବାୟ ସଭ୍ୟ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦ୍ଘାଟନ କରିବା ସହ ରାଜ୍ୟ ସରକାର ସମବାୟ ବିଭାଗ ମାଧ୍ୟମରେ ଯୋଗାଇ ଦେଉଥିବା ସମସ୍ତ ସୁବିଧା ବିଷୟରେ ସୂଚନା ପ୍ରଦାନ କରିବା ପରେ ସମବାୟ ଆନ୍ଦୋଳନ ଜରିଆରେ “ବିକଶିତ ଗାଁ ବିକଶିତ ଓଡିଶା ତଥା ବିକଶିତ ଭାରତ” ଗଠନ କରିବାକୁ ଆହ୍ଵାନ ଦେଇଥିଲେ । ଏହାପରେ ମାନ୍ୟବର ମନ୍ତ୍ରୀ ସ୍ଥାନୀୟ ଗୋରୁ ମାର୍କେଟ ଠାରେ ୬ କୋଟି ୮୫ ଲକ୍ଷ ୪୧ ହଜାର ୬୩୧ ଟଙ୍କା ଅଟାକଳ ମୂଲ୍ୟରେ ନିର୍ମାଣ ହୋଇଥିବା ବରଗଡ଼ ନିୟନ୍ତ୍ରିତ ବଜାର କମିଟିର ନୂତନ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ ।

ଏହା ସହ ବରଗଡ଼ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଧାନ କ୍ରୟ କେନ୍ଦ୍ରରେ ଭିତ୍ତିଭୂମି ନିର୍ମାଣ ଓ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପାଖାପାଖି ୫ କୋଟି ୭୯ ଲକ୍ଷ ଟଙ୍କା, ଭଟଲି ଓ ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଧାନ କ୍ରୟ କେନ୍ଦ୍ରରେ ଭିତ୍ତିଭୂମି ନିର୍ମାଣ ଓ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପାଖାପାଖି ୫ କୋଟି ୮୩ ଲକ୍ଷ ଟଙ୍କା, ବରପାଲି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଧାନ କ୍ରୟ କେନ୍ଦ୍ରରେ ଭିତ୍ତିଭୂମି ନିର୍ମାଣ ଓ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପାଖାପାଖି ୪ କୋଟି ୯୦ ଲକ୍ଷ ଟଙ୍କା, ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ଭୁକ୍ତା ଆଦର୍ଶ ମଣ୍ଡିର ଭିତ୍ତିଭୂମି ନିର୍ମାଣ ଓ ଲଖନପୁର ଧାନ କ୍ରୟ କେନ୍ଦ୍ରର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପାଖାପାଖି ୪ କୋଟି ୮୩ ଲକ୍ଷ ଟଙ୍କା ଏବଂ ବରଗଡ଼ ନିୟନ୍ତ୍ରିତ ବଜାର କମିଟିରେ ମିଶନ ଶକ୍ତି କାଫେ, ମାଂସ ବଜାର, ପରିବା ବଜାର, ଭେଣ୍ଡିଙ୍ଗ ଜୋନ୍ ନିର୍ମାଣ, ସର୍ବସାଧାରଣ ଶୌଚାଳୟ, ଚଲାପଥ ନିର୍ମାଣ ଓ କୃଷକ ବଜାର ନବୀକରଣ କାର୍ଯ୍ୟ ପାଇଁ ୮ କୋଟି ୧୦ ଲକ୍ଷ ୪୬ ହଜାର ଟଙ୍କାର ପ୍ରସ୍ତାବିତ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଉଦ୍ଘାଟନୀ ସଭାରେ ମାନ୍ୟବର ମନ୍ତ୍ରୀ ଯୋଗ ଦେଇ ବିପଣନ ବ୍ୟବସ୍ଥା ସୁଦୃଢ ହେଲେ କୃଷକ ବନ୍ଧୁମାନଙ୍କ ଜୀବନ ଜୀବିକା ସୁରକ୍ଷିତ ହୋଇପାରିବ, ସେମାନଙ୍କର ଆର୍ଥିକ ପ୍ରଗତି ଆସିପାରିବ ତେଣୁ ଓଡିଶା ସରକାର କୃଷି ଅର୍ଥନୀତିକୁ ସୁଦୃଢ କରିବା ସହ ବରଗଡ଼ ଜିଲ୍ଲାର ପୁରପଲ୍ଲୀରେ କୃଷକ ବନ୍ଧୁମାନେ ଏବେ ଯେଉଁ ଶ୍ରମ କରୁଛନ୍ତି ସେମାନଙ୍କ ଶ୍ରମର ଉପଯୁକ୍ତ ମୂଲ୍ୟ ଯୋଗାଇବା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ତଥା ଯୋଜନା ବିଷୟରେ କହିଥିଲେ । ଏହାପରେ ମାନ୍ୟବର ମନ୍ତ୍ରୀ ଭାରତୀୟ ହସ୍ତତନ୍ତ ପ୍ରଯୁକ୍ତି ପ୍ରତିଷ୍ଠାନ ଗସ୍ତ କରି ସେଠାକାର ସମାସ୍ୟ ବିଷୟରେ ପଚାରି ବୁଝିବା ସହ ଭିତ୍ତିଭୂମିର ବିକାଶ ପାଇଁ ଆଲୋଚନା କରିଥିଲେ । ଏହା ସହ ଅତାବିରା ଅଞ୍ଚଳର କୃଷକ ମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଯୋଗାଇ ଦେବା ପାଇଁ ଓ ବିପଣନ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟରେ ସର୍ବମୋଟ ୨ କୋଟି ୪୦ ଲକ୍ଷ ଟଙ୍କା ମୂଲ୍ୟରେ ନିର୍ମିତ ଅତାବିରା ନିୟନ୍ତ୍ରିତ ବଜାର କମିଟିର ୭୮ ଟି ଦୋକାନ ଗୃହ ବିଶିଷ୍ଠ ମାର୍କେଟ କମ୍ପ୍ଲେକ୍ସ ଏବଂ ୨ କୋଟି ମୂଲ୍ୟରେ ନିର୍ମିତ ଗୋଡ଼ଭଗା ଠାରେ ୪୦ଟି ଦୋକାନ ଘର ବିଶିଷ୍ଠ ମାର୍କେଟ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିଥିଲେ ।

ମାନ୍ୟବର ମନ୍ତ୍ରୀଙ୍କ ଗସ୍ତ ସମୟରେ ମାନ୍ୟବର ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କ ସମେତ ମାନ୍ୟବର ବିଧାୟକ, ବରଗଡ଼, ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଷଡ଼ଙ୍ଗୀ, ମାନ୍ୟବର ବିଧାୟକ ଭଟଲି ଶ୍ରୀଯୁକ୍ତ ଈରାସିସ୍ ଆଚାର୍ଯ୍ୟ, ମାନ୍ୟବର ବିଧାୟକ, ବିଜେପୁର ଶ୍ରୀଯୁକ୍ତ ସନତ୍ କୁମାର ଗଡ଼ତିଆ, ବୟନ ଓ ହସ୍ତତନ୍ତ ବିଭାଗର କମିସନର ତଥା ସାଶନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଏବଂ ନିର୍ଦ୍ଦେଶକ ଶ୍ରୀ ପ୍ରେମ ଚନ୍ଦ୍ର ଚୌଦ୍ଧାରି, ଜିଲ୍ଲାପାଳ ଶ୍ରୀଯୁକ୍ତ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ, ବରଗଡ଼ ତଥା ଅଧ୍ୟକ୍ଷ,ନିୟନ୍ତ୍ରିତ ବଜାର କମିଟି,ବରଗଡ଼ ଶ୍ରୀମତୀ ମଧୁଛନ୍ଦା ସାହୁ, ବରଗଡ ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ,ନିୟନ୍ତ୍ରିତ ବଜାର କମିଟି, ଅତାବିରା ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ ଏବଂ ନିୟନ୍ତ୍ରିତ ବଜାର କମିଟିର ସଂପାଦକ, କର୍ମକର୍ତ୍ତା, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

error: Content is protected !!