Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସପ୍ତମ ରଜବୋଡାସମ୍ବର ଧନୁଯାତ୍ରା ଉଦଘାଟିତ ।

ସପ୍ତମ ରଜବୋଡାସମ୍ବର ଧନୁଯାତ୍ରା ଉଦଘାଟିତ ।

ପାଇକମାଳ-ପାଇକମାଳ ବ୍ଲକ୍ ଗୋଇବାହଲି ଠାରେ ଶନିବାର ସପ୍ତମ ରଜବୋଡାସମ୍ବର୍ ଧନୁଯାତ୍ରା ମସୋତ୍ସବ ଉଦଘାଟିତ ହାଇଯାଇଛି।ପାଲସଦା ,କେର୍ମେଲାବାହଲ, ଭେଙ୍ଗରଜପୁର ଗ୍ରାମ ପଞ୍ଚାୟତର ମିଳିତ ସଜଜୋଗରେ ଅନୁଷ୍ଠିତ ଯାତ୍ରାରେ ସକାଳ ୧୦ ଟା ରେ ଡୁଙ୍ଗୁରିପାଲି ଠାରୁ ଗୋପପୁର କେର୍ମେଲାବାହାଲ ପର୍ଯ୍ୟନ୍ତ ଶତାଧିକ ମହିଳା ମାନେ କଳସ ଶୋଭାଯାତ୍ରା ସାମିଲ ହୋଇଥିଲେ । ସନ୍ଧ୍ୟାରେ ମହାରାଜ ଉଗ୍ରସେନ ଦିଗବିୟ ସାରିବା ପରେ ସାତ ଦିନ ଧରି ହେବାକୁ ଥିବା ଧନୁଯାତ୍ରା ରାଜ ଦରବାର ଉଦଘାଟନ ହୋଇଥିଲା ।

ଉକ୍ତ ଉଦଘାଟନି ସଭାରେ ମୁଖ୍ୟ ଅତିଥି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା , ଧନୁଯାତ୍ରା କମିଟିର ସଭାପତି ଭୋଜରାଜ ସିଂ ବରିହା ସମେତ ଅନ୍ୟ ଅଥିତି ମାନେ ଯୋଗଦେଇଥିଲେ । ଦରବାରରେ ବୈଦେହୀ କଳା ପରିଷଦ କୋଣାର୍କ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ବାଳିକା ମାନଙ୍କ ଦ୍ଵାରା ସଂକୃତିକ କାର୍ଯ୍ୟକ୍ରମ ମାନ ପରିବେଷିତ ହୋଇଥିଲା । ଏହି ଧନୁଯାତ୍ରା ଆସନ୍ତା ୭ ତାରିଖ ପର୍ଯନ୍ତ ମହା ଆଡମ୍ବରରେ ପାଳିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

error: Content is protected !!