Sunday, April 20, 2025
spot_imgspot_imgspot_img
Homeଖେଳସଦାନନ୍ଦପୁର ବୁଢ଼ାରଜା କ୍ରିକେଟ କପ: ନାଗଡିହିକୁ ହରାଇ ଜର୍ଜଗଡ ଚମ୍ପିୟାନ ।

ସଦାନନ୍ଦପୁର ବୁଢ଼ାରଜା କ୍ରିକେଟ କପ: ନାଗଡିହିକୁ ହରାଇ ଜର୍ଜଗଡ ଚମ୍ପିୟାନ ।

ପାଇକମାଲ-ପାଇକମାଲ ବ୍ଳକ ଭେଙ୍ଗରାଜପୁର ପଞ୍ଚାୟତ ସଦାନନ୍ଦପୁର ଗ୍ରାମର ଚାଲିଥିବା ୭ମ ବୁଢ଼ାରଜା କ୍ରିକେଟ କପ ଫାଇନାଲ ମ୍ୟାଚରେ ନାଗଡିହିକୁ ହରାଇ ଜର୍ଜଗଡ ଚମ୍ପିୟାନ ହୋଇଛି। ନାଗଡିହି ପ୍ରଥମ ବ୍ୟାଟିଂ କରି ୧୧୦ ରନ ସଂଗ୍ରହ କରିଥିଲେ। ଜର୍ଜଗଡ ୭ ଓଭରରେ ଆବଶ୍ୟକ ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲେ। ଆକାଶ ଗହିର ଓ ପ୍ରଫୁଲ୍ଲ ବରିହା ଖେଳ ପରିଚାଳନା କରିଥିଲେ। ଜଗଦୀଶ ବରିହା ସ୍କୋରର ଥିବା ବେଳେ ଦେବବ୍ରତ ଗହିର ଧାରାବିବରଣୀ ପ୍ରଦାନ କରିଥିଲେ।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ମାଣ୍ଡୋସିଲର ବିଶିଷ୍ଟ ସମାଜସେବୀ ମହେନ୍ଦ୍ର କୁମାର ଖୁଣ୍ଟିଆ ଓ ସମ୍ମାନିତ ଅତିଥି ଭେଙ୍ଗରାଜପୁର ସରପଞ୍ଚ ସୁଦାମ ଚରଣ ସେଠୀ, ପୂର୍ବତନ ସମିତି ସଭ୍ୟ ବିନୋଦ ବିହାରୀ ବିଶ୍ବାଳ, ଅଶ୍ବୀନ କୁମାର ପଟେଲ, ବିଜୟାନନ୍ଦ ପଟ୍ଟନାୟକ,ଭିଷ୍ମଦେବ ସାହୁ,କମିଟି ସଭାପତି ରୋହିତ କୁମାର ସାହୁ, ସମ୍ପାଦକ ହୃଷୀକେଶ ନାଏକ, କୋଷାଧ୍ୟକ୍ଷ ତନ୍ମୟ ସାହୁ ପ୍ରମୁଖ ଯୋଗଦେଇ ଚମ୍ପିୟାନ ଦଳକୁ ଟ୍ରଫି ସହ ନଗଦ ୧୨ ହଜାର ଓ ରନର୍ସ ଦଳକୁ ଟ୍ରଫି ସହ ନଗଦ ୮ ହଜାର ଟଙ୍କା ଦେଇ ପୁରସ୍କୃତ କରିଥିଲେ। ପ୍ରସାଦ ବରିହା,ଭାଗ୍ୟବାନ ମଲ୍ଲିକ,ଗୁଡ୍ଡୁ ମିର୍ଦ୍ଧା, ବିନୋଦ ବରିହା,ଶ୍ୟାମ ସୁନ୍ଦର ବରିହା, ଯୋଗାନନ୍ଦ ସାହୁ,ବିଜୁ ଛତର ପ୍ରମୁଖ ସହଯୋଗ କରିଥିବା ଯେହେରୁ ମଲ୍ଲିକ ଧନ୍ୟବାଦ ଦେଇଥିଲେ।

error: Content is protected !!