Saturday, March 7, 2026
Homeରାଜ୍ୟସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ।

ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ।

ପଦ୍ମପୁର-ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ କନସିଂହାସ୍ଥିତ ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ପ୍ରେମାନନ୍ଦ ବେହେରା ଜାତୀୟ ପତାକା ଉତ୍ତୋଳନ କରି ବିଦ୍ୟାଳୟର ସମସ୍ତ ପୁଅଝିଅ ଭବିଷ୍ୟତରେ ଜଣେ ଜଣେ ଆଦର୍ଶ ନାଗରିକ ହେବାକୁ ଉଦବୋଧନ ଦେଇଥିଲେ । ଜନ୍ମଭୂମିର ଅଖଣ୍ଡତାକୁ ବଜାୟ ରଖିବାକୁ ଏକତାର ମନ୍ତ୍ରରେ ସମସ୍ତେ ଦିକ୍ଷୀତ ହେବାକୁ ଆହ୍ବାନ ଜଣାଇଥିଲେ । ବରିଷ୍ଠ ଶିକ୍ଷକ ଅରୁଣ କୁମାର ବଣିଆ ଓ ଖେଳ ଶିକ୍ଷକ ତରଣୀସେନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀ ବ୍ୟାଣ୍ଡ ବାଜାର ତାଳେ ତାଳେ ଗ୍ରାମ ପରିକ୍ରମା କରିଥିଲେ ।

ଅତିଥି ଭାବରେ ଶ୍ରୀଯୁକ୍ତ ରଙ୍କମଣି ସାହୁ, ପ୍ରକୃତି ବନ୍ଧୁ ରାମଚନ୍ଦ୍ର ନାୟକ, ଶ୍ରୀଯୁକ୍ତ ସୌକିଲାଲ ଦାଶ, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଭୋଇ, ଗୋବର୍ଦ୍ଧନ ମିଶ୍ର, ସନ୍ତୋଷ କୁମାର ଦାଶ ଓ ଯାଦବ ବରିହା ଯୋଗଦେଇଥିଲେ । କ୍ରୀଡ଼ା ପ୍ରତିଯୋଗିତାର ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ଚନ୍ଦନା ଚନ୍ଦ୍ରପ୍ରଭା ପ୍ରଧାନ, ରୋଶନି ଦେହେରୀ, ଶିକ୍ଷକ ଦାଶରଥି ମହାନନ୍ଦ, ଜିତେନ୍ଦ୍ରିୟ ଗିଙ୍ଗିରା, ବଳରାମ ଦେହେରୀ, ସଞ୍ଜୟ କୁମାର ଦେହେରୀ, ସୁଶାନ୍ତ କୁମାର ମେହେର ଏବଂ ମୋନାଲିସା ପାଣିଗ୍ରାହୀ, ଆଦିତ୍ୟ ଦାଶ, ଶଶୀଭୂଷଣ ବାରିକଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

error: Content is protected !!