ପାଇକମାଲ-ବରଗଡ ଜିଲା ନୃସିଂହନାଥ ନିକଟରେ ବିଦ୍ୟୁତ ତାରରେ କରେଣ୍ଟ ଲଗାଇ ବରାହ ମାରିବା ପ୍ରୟାସ କରୁଥିବା ଯୁବକ ମାନଙ୍କୁ ମହଙ୍ଗା ପଡିଛି । ଜଙ୍ଗଲ ବିଭାଗ କର୍ମଚାରୀ ମାନଙ୍କ ହାତରେ ଧରାପଡି ଅଭିଯୁକ୍ତ ମାନେ ଜେଲ ଯାଇଥିବା ଜଣା ପଡିଛି । ଅଭିଯୁକ୍ତ ମାନେ ହେଲେ ପାଇକମାଲ ଥାନା ମିଠାପାଲି ଗ୍ରାମର ୪୭ ବର୍ଷୀୟ ସାଗର ଧରୁଆ ଓ ୩୪ ବର୍ଷୀୟ ମୀନକେତନ ରାଉତ ଏନେଇ ଜଙ୍ଗଲ ବିଭାଗ ଆଇନ ଅନୁଯାୟୀ ଦଫା ୫୪ କେଶ ନମ୍ବର ୩୪/୨୪ ଅନୁସାରେ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ପ୍ରକାଶଥାଉକି ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ନିକଟରେ ବରାହ ଆସୁଥିବା ଜାଣି ମିଠାପାଲି ଗ୍ରାମର କେତେକ ଲୋକ ବିଦ୍ୟୁତ ତାରରେ ମାରିବା ପାଇଁ ଚିନ୍ତା କରି ମହାବିଦ୍ୟାଳୟ କୁ ଯାଇଥିବା ୧୧ କେଭି ତାରରେ ହୁକ କରି ଦୁଇ କିଲୋମିଟର ଯାଏ ପତଳା ଜେଇ ତାର ଲମ୍ବାଇବିଦ୍ୟୁତ ସଂଯୋଗ କରି ଥିଲେ |
କିଛି ସମୟ ପରେ ନୃସିଂହନାଥ ବନବିଭାଗ କର୍ମଚାରୀ ମାନେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଁ ଘଟଣା ସ୍ଥଳକୁ ଯାଇ ଅଭିଯୁକ୍ତ ଦୁଇ ଜଣଙ୍କୁ ଧରି ଥିଲେ ଏବଂ ତାଙ୍କୁ ପଚରା ଉଚରା କଲା ପରେ ସେମାନେ ଘଟଣା ଟି ର ସବୁକଥା ପ୍ରକାଶ କରିଥିଲେ | ଅନ୍ୟ ଦୁଇ ଜଣ ଅଭିଯୁକ୍ତ ମିଠାପାଲି ଗ୍ରାମର ଗିରି ସେଠ ଓ ଚଏତରାମ ଗୋଛି ଫେରାର ହୋଇଯାଇଛନ୍ତି ତାଙ୍କୁ ଖୋଜା ଚାଲିଛି ବୋଲି ଫରେଷ୍ଟର ଜଣାଇଛନ୍ତି |ଏହି କାର୍ଯ୍ୟରେ ଫରେଷ୍ଟର ଉଦ୍ଧବ ପ୍ରଧାନ ଫରେଷ୍ଟ ଗାର୍ଡ ଶାନ୍ତନୁ ପ୍ରଧାନ, ପିତାମ୍ବର ଦଣ୍ଡସନା, ଦିବ୍ୟରଞ୍ଜନ ହାତୀ, ରୂପାନନ ମାଝୀ ପ୍ରମୁଖ ଧରପଗଡ଼ରେ ସମସ୍ତେ ଉପସ୍ଥିତ ଥିଲେ ।
ପାଇକମାଳ ଅଂଚଳରେ ଅନେକ ଜଙ୍ଗଲ ଯାଗା ମାନଙ୍କୁ ବରାହ ମାନେ ଫସଲ ଖାଇବାକୁ ଆସନ୍ତି ଓ ଶିକାରୀମାନେ ଏହିପରି ବିଦ୍ୟୁତ ଲାଇନ ଚୋରୀ କରି ବନ୍ୟଜନ୍ତୁ ମାରି ଥାନ୍ତି ବେଳେ ବେଳେ ମଣିଷ ମଧ୍ୟ୍ୟ ମରିଯିବାର ନଜିର ରହି ଥିଲେ ହେ ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ମିଳୁ ନଥିବାରୁ ସେମାନେ ବାରମ୍ବାର ଏମିତି ଜଘନ୍ୟ କାମ କରୁ ଛନ୍ତି | ସାଧାରଣ ମାଂସ ଟିକିଏ ଲୋଭରେ ବିଛା ଯାଇଥିବା ତାର ନିକଟରେ ନୃସିଂହନାଥ ଆସୁଥିବା ଯାତ୍ରୀ ଯଦି ସେ ପଟକୁ ଶୌଚ ପାଇଁ ଯାଇଥାନ୍ତେ ତେବେ ଅବସ୍ଥା କଣ ହୋଇଥାନ୍ତା ବୋଲି ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି ।