Thursday, February 13, 2025
spot_imgspot_imgspot_img
Homeଅଘଟଣସକ୍ରିୟ କାଠ ମାଫିଆ, ନିରବଦ୍ରଷ୍ଟା ବନ ବିଭାଗ !

ସକ୍ରିୟ କାଠ ମାଫିଆ, ନିରବଦ୍ରଷ୍ଟା ବନ ବିଭାଗ !

କାଠ ମାଫିଆଙ୍କୁ ସୁରକ୍ଷା ଦେଉଛନ୍ତି ବନବିଭାଗ ଅଧିକାରୀ !

ପାଇକମାଲ– ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ରହିଛି ସବୁଜ ବନାନୀରେ ପରିପୂର୍ଣ୍ଣ ଗନ୍ଧମାର୍ଦନ ପାହାଡ । ଗନ୍ଧମାର୍ଦନ ପାହାଡରେ ଭରି ରହିଛି ଅନେକ ଔଷଧୀୟ ତଥା ଅନେକ ମୂଲ୍ୟବାନ ଗଛ । ବନ ବିଭାଗର ଖାମଖିଆଲି କାର୍ଯ୍ୟ ଯୋଗୁଁ ଆଜି ଏହି ପ୍ରାକୃତିକ ପରିବେଶ ନଷ୍ଟ ହେବାରେ ଲାଗିଛି । ବିଜୁ ଏକ୍ସପ୍ରେସର ଉଭୟ ପାଶ୍ୱର୍ରେ ରହିଛି ପାଇକମାଲ ରେଂଜ ଓ ନୃସିଂହନାଥ ରେଂଜ । ଉଭୟ ଅଂଚଳରେ ମାତିଛନ୍ତି କାଠ ମାଫିଆ । ଅନେକ ମୂଲ୍ୟବାନ ଗଛ ଗୁଡିକ ରାତି ଅଧିଆ ମେସିନ ସାହାର୍ଯ୍ୟରେ କାଟି ନେଉଥିବା ଦେଖିବାକୁ ମିଲିିଛି ।

ପାଇକମାଲ ଅଂଚଳ କୁ ଲାଗି ରହିଛି ପଡୋଶୀ ଛତିଶଗଡ ରାଜ୍ୟ । କାଠ ମାଫିଆ ମାନେ ଏଠାରୁ ମୂଲ୍ୟବାନ ଗଛ ଗୁଡିକ କାଟି ପଡୋଶୀ ରାଜ୍ୟ ତଥା ଅନ୍ୟାନ୍ୟ ସ୍ଥାନକୁ ଚାଲାଣ କରୁଥିବା ଚର୍ଚ୍ଚା ହେଉଛି । ବନ ବିଭାଗର ଜାଣତରେ ଏ ସବୁ କାଠ ମାଫିଆ ମାନେ ମୂଲ୍ୟବାନ କାଠ ଚାଲାଣ କରୁଥିବା ଲୋକେ ଚର୍ଚ୍ଚା ହେଉଛି ଏହାସହ କିଛି ଅଧିକାରୀ କାଠ ମାଫିଆ ମାନଙ୍କୁ ସୁରକ୍ଷା ଦେଉଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏ ବିଷୟରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି ।

error: Content is protected !!