ବରଗଡ-ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ବିରାଟ ନିର୍ବାଚନୀ ସଚେତନତା ବାଇକ ରାଲି ଅନୁଷ୍ଠିତ ହୋଇ ଯାଇଛି । ପ୍ରଲୋଭନର ଶିକାର ନ ହୋଇ ଅଞ୍ଚଳର ବିକାଶ ଓ ଉନ୍ନତିକୁ ଦେଖି ଭୋଟ ଦେବା ପାଇଁ ଭୋଟରଙ୍କୁ ସଚେତନ କରିଥିଲେ । ସଂଯୁକ୍ତ କୃଷକ ସଂଗଠନ ଲଗାତାର ଭାବେ ଏହି ଅଞ୍ଚଳରେ କାମ କରୀ ଆସୁଥିବା ବେଳେ ନିର୍ବାଚନଙ୍କୁ ପ୍ରସଙ୍ଗ ଭିତ୍ତିକ କରିବା ସବୁ ଠାରୁ ବଡ ଆନ୍ଦୋଳନ ବୋଲି ସଂଗଠନର ନେତୃ ମଣ୍ଡଳୀ ପ୍ରକାଶ କରିଛି। ଭେଡେନରୁ ଏହି ବାଇକ ରାଲି ବାହାରି ବରପାଲି, ବରଗଡ଼ ପରେ ଅତାବିରା ଠାରେ ପହଞ୍ଚିଥିଲା। ଯେଉଁ ଥିରେ ତିନୋଟି ବିଧାନ ସଭା କ୍ଷେତ୍ର ଆସୁଥିବା ବେଳେ ହୀରାକୁଦ କମାଣ୍ଡ ଏରିଆକୁ କୃଷକ ସଙ୍ଗଠନ ଟାର୍ଗେଟ କରିଛି।
ସରକାର ମାନଙ୍କ ଭୁଲ ନୀତି ବା ଆନ୍ତରିକତା ବିହୀନ କାରଣରୁ ବିଭିନ୍ନ ସମୟରେ ଯେଉଁ ସବୁ ପ୍ରସଙ୍ଗ ଦିନେ ଆନ୍ଦୋଳନର ରୂପ ନେଇଥିଲା ସେହି ସବୁ ବିଷୟ ନିର୍ବାଚନୀ ପ୍ରସଙ୍ଗ ହେବା ଉଚିତ ବୋଲି ଯୁକ୍ତି ବାଢିଛି ସଙ୍ଗଠନ। ସେଥିପାଇଁ ଫସଲର ଉଚିତ ମୂଲ୍ୟ ସାଙ୍ଗକୁ ବଜାର ବ୍ୟବସ୍ଥା ସହିତ କଟନି ଛଟନି ବନ୍ଦ କରାଯିବା , ପ୍ରାକୃତି ବିପର୍ଯ୍ୟୟ ବେଳେ ଉଚିତ କ୍ଷତିପୂରଣ,ଶୀତଳ ଭଣ୍ଡାର, ବେରୋଜଗାର, କୃଷି ଭିତ୍ତିକ ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ବନଜାତ ଦ୍ରବ୍ୟର ମୂଲ୍ୟ ଏବଂ ବଜାର, ଜଳସେଚନ, ବିଦ୍ୟୁତ ବିଲ ଆଦି ପ୍ରସଙ୍ଗ ଦିଗରେ ରାଜନୈତିକ ଦଳ ବା ପ୍ରାର୍ଥୀ ତାଙ୍କର ମତ ସ୍ପଷ୍ଟ କରନ୍ତୁ ଏବଂ କୃଷକ, ଦଳିତ, ଆଦିବାସୀ, ଅଳ୍ପସଂଖ୍ୟକ ଯେମିତି ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ସ୍ୱାଭିମାନ ସହିତ ବଞ୍ଚିପାରିବେ ସେଦିଗରେ ନିର୍ବାଚନୀ ଇସ୍ତାହାର ଦେବା ପାଇଁ ରାଜନୈତିକ ଦଳ ମାନଙ୍କୁ ଆହ୍ବାନ ଦେଇଛନ୍ତି।
ପ୍ରକାଶ ଥାଉକି ଗତ ପଦ୍ମପୁର ଉପ ନିର୍ବାଚନ ସମୟରେ ରାଜବୋଡାସମ୍ବର କୃଷକ ସଂଗଠନ ଫସଲ ବୀମା, ଇନପୁଟ ସବସିଟି, ଧାନ ବିକ୍ରି ଆଦି ପ୍ରସଙ୍ଗ ଉପସ୍ଥାପନା କରୀ ରାଜନୈତିକ ଦଳ ମାନଙ୍କୁ ତାହାର ଦମ ଦେଖାଇଥିଲା। ଏପରିକି ସମସ୍ୟାର ସମାଧାନ ନକରି ପ୍ରାର୍ଥୀ ମାନଙ୍କୁ ନାମାଙ୍କନ ପତ୍ର ଦାଖଲ ନ କରିବା ପାଇଁ ନିବେଦନ କରିଥିଲେ। ପ୍ରଥମେ କିଛି ଦାବୀ ପୂରଣ କଲା ପରେ ଯାଏଁ ରାଜନୈତିକ ଦଳ ମାନେ ନାମାଙ୍କନ ପତ୍ର ଦାଖଲ କରିପାରିଥିଲେ। କିନ୍ତୁ ସମ୍ପୂର୍ଣ୍ଣ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା କାରଣରୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର କୃଷି ମନ୍ତ୍ରୀ ଏବଂ ଅନେକ ମନ୍ତ୍ରୀ ନେତା ଆଲୋଚନା କରିବା ପାଇଁ ବାଧ୍ୟ ହୋଇଥିଲେ। ନିର୍ବାଚନ ପରେ ମଧ୍ୟ ୫୫୫ ଦିନ ଧାରଣା ଆନ୍ଦୋଳନ ଜାରି ରହିଥିଲା। ଗତ ମାର୍ଚ୍ଚ ୬ ତାରିଖ ରେ ବରଗଡ଼ ଜିଲ୍ଲାର ସମସ୍ତ ରାଜନୈତିକ ଦଳ ପ୍ରତିନିଧି ମାନଙ୍କୁ ସଂଗଠନ ତରଫରୁ ନିର୍ବାଚନ କୁ ପ୍ରାସଙ୍ଗିକ କରିବା ପାଇଁ ସ୍ମାରକ ପତ୍ର ପ୍ରଦାନ କରାଯାଉଥିଲା । ଏହି ସବୁ ପ୍ରସଙ୍ଗ ଏହି ନିର୍ବାଚନୀ ସଚେତନତା ରେଲି ଭେଡେନ ଠାରୁ ବାହାରି ତହସିଲ ଅଫିସ ପର୍ଯ୍ୟନ୍ତ ଯାଇ ରେଶମ ତୁଳଣ୍ଡି ଛକ ଠାରେ ଜୟକୃଷ୍ଣ ସାହୁ, କମଲେଶ ଭୋଇ, ନବଘନ ପଧାନ ଙ୍କ ନେତୃତ୍ୱ ରେ ରିଲିକୁ ସ୍ୱଗତ ସମ୍ବରଧନା କରିଥିଲେ ସେହିପରି ବରପାଲି ଗାନ୍ଧୀ ଛକ ଠାରେ ପଥପ୍ରାନ୍ତ ସଭା ହୋଇଥିଲା ଏବଂ ଲେଣ୍ଡା ଫିଲ ରେ ସମସ୍ତ ଙ୍କ ପାଇଁ ଆଞ୍ଚଳିକ କୃଷକ ସଂଗଠନ ନେତୃତ୍ୱ ରେ ନସ୍ତା ବ୍ୟବସ୍ଥା କରିଥିଲେ। ପରେ ସରସରା ଠାରେ କିରଣ ପଧାନ, ମଣ୍ଟୁ ମାଝୀ ସହିତ ଗ୍ରାମ ବାସୀ ସ୍ୱାଗତ ସମର୍ଦ୍ଧନା ଦେଇଥିଲେ। ରିଲିଟି ବରଗଡ଼ ପୁରୁଣା ବ୍ରିଜ ବାଟୁ ସହର ମଧ୍ୟ ଦେଇ ଗାନ୍ଧୀ ଛକରେ କୋଶଲ ସେନା ବୀରବଳ ମହାକୁଡ଼ ସ୍ୱାଗତ କରିଥିଲେ ପରେ ପଥପ୍ରାନ୍ତ ସଭା କରୀ କଳାପାଣି ଠାରେ କୃଷକ ସଂଗଠନ ତରଫରୁ ମଧ୍ୟ ସ୍ୱାଗତ କରାଯାଇଥିଲା।
ସେଠାରୁ ଅତାବିରା ରାମଚଣ୍ଡୀ ମନ୍ଦିରରେ ଓଡିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ସମସ୍ତ ଙ୍କ ପାଇଁ ଭୋଜନ ବ୍ୟବସ୍ଥା କରିଥିଲେ। ଚାଷୀ ନେତା ରମେଶ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରାଲିରେ, ଉତ୍ପନ୍ନ ଭୋଇ, ନରେନ୍ଦ୍ର ଭୋଇ, ସୁଦାମ ପାତ୍ର, ବୀରେନ୍ଦ୍ର କର,କାରଣ ସାହୁ, ତାପନ ମିଶ୍ର, ରାଧେଶ୍ୟାମ ଭୋଇ, ବାବ୍ରୁ ସାହୁ, ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ, ପ୍ରଶାନ୍ତ ସାହୁ, ଅଜୀତ ଶତପଥୀ, ସୁବାସ ସାମନ୍ତରାୟ, ଲିଙ୍ଗରାଜ ପଧାନ, ଈଶାନ୍ତ ଭୋଇ, ସୁରେନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।