Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସଂକ୍ରୀ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ।

ସଂକ୍ରୀ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ।

ଝାରବନ୍ଧ-ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରୀ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ଦ୍ଵିତୀୟ ବାର୍ଷିକୀ ଉପଲକ୍ଷେ ଷୋହଳ ପ୍ରହରୀ ନାମଯଜ୍ଞ ମେ ୧୦ ତାରିଖ ରେ ଆରମ୍ଭ ହେଇ ୧୨ ତାରିଖ ରେ ପୂର୍ଣ୍ଣାହୁତି ହେଇଯାଇଛି। କର୍ତ୍ତା ଭାବେ ହୃଦାନନ୍ଦ ପାଣ୍ଡେ ଓ ତାଙ୍କ ପତ୍ନୀ ରଜନୀ ପାଣ୍ଡେ ନିର୍ବାହ କରିଥିଲେ। ଏଥିରେ ଶଂକ୍ରିର ହନୁମାନ ପଡ଼ା, ମନ୍ଦିର ପଡ଼ା, ମହାଦେବପଡ଼ା ତଥା କୋକନରା, ଜଟେଶିରା, ସର୍ଗିଡ଼ିହି, ମୁନେଇକେଲ ଓ ମୁଣ୍ଡପଲା ଗ୍ରାମର କୀର୍ତ୍ତନ ଦଳ ମାନେ ଯୋଗ ଦେଇଥିଲେ। ଲୋଚନ ପାଣ୍ଡେ, ଦିଗାମ୍ବର ସାହୁ, ଗଣେଶ ପଟେଲ, କିଶୋର ପ୍ରଧାନ, ଜୟରାମ ହାତୀ, ଭାସ୍କର ସାହୁ, ମିନୋଜ ପାଣ୍ଡେ, ଥବିର ପାଣ୍ଡେ, ଫତେ ସିଂ ନାଏକ, ଅଜିତ ମହାକୁର, ଅର୍ଜୁନ ବାଗ, ଟଙ୍କଧର ବିଶ୍ଵାଳ , ଜଗତ ରାମ ବିଶ୍ଵାଳ, ବୈବ ରଣା, ଝାସକେତନ ସାହୁ, କୀର୍ତ୍ତି ବେହେରା, ରାମ ଚନ୍ଦ୍ର ସାହୁ, ଗୁଣ ସାଗର ଭୁଏ, ଚକ୍ରଧର ପାଣ୍ଡେ, ଯତୀନ୍ଦ୍ର ହାତୀ ପ୍ରମୁଖ ପରିଚାଳନା କରିଥିବା ବେଳେ ବୈଠକି କାର୍ଯ୍ଯକ୍ରମକୁ ଅକ୍ଷୟ ପାଣ୍ଡେ, କୈଳାଶ ସାହୁ, କୃଷ୍ଣ ହାତୀ ଓ ପରିଚାଳନା କରି ସମସ୍ତ କୀର୍ତ୍ତନ ମଣ୍ଡଳୀ କୁ ସମ୍ମାନୀତ କରାଯାଇଥିଲା। ଶେଷରେ କାର୍ଯ୍ଯକ୍ରମ ସୁପରି ଚାଳନା ସହିତ ସମସ୍ତଙ୍କ ସହଯୋଗ ରେ ସମ୍ପୂର୍ଣ୍ଣ ହୋଇ ଥିବାରୁ ସମସ୍ତଙ୍କୁ ମହାଦେବ ବେହେରା ଧନ୍ୟ ବାଦ ଦେଇଥିଲେ।

error: Content is protected !!