ଚନ୍ଦ୍ରଶେଖର ରୂପରେ ଦର୍ଶନ ଦେଲେ ବାବା ସ୍ଵପ୍ନେଶ୍ଵର ।
ପଦ୍ମପୁର-ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ହିନ୍ଦୁ ମାନ୍ୟତା ଅନୁଯାୟୀ ଦେବାଦୀ ଦେବ ମହାଦେବ ଏବଂ ଶକ୍ତି ସ୍ଵରୂପିଣୀ ମା ଜଗତ ଜନନୀ ପାର୍ବତୀଙ୍କ ପବିତ୍ର ବିବାହ ତିଥି ହିସାବରେ ପାଳନ କରାଯାଇଥାଏ। ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରୁ ଏହି ତିଥିରୁ ପ୍ରକୃତି ପରିବେଶକୁ ଶୀତଳତାକୁ ପରିବର୍ତ୍ତିତ କରିଥାଏ। ତେଣୁ ଏହି ତିଥିରେ ହିଁ ଶିବ ପାର୍ବତୀ ବିବାହ ଉତ୍ସବ ଆୟୋଜନ ହେବା ସହ ଷଷ୍ଠୀରେ ଯୁଗଳ ଦର୍ଶନ ଦିଅନ୍ତି ଦେବ ଦମ୍ପତ୍ତି ଯାହାକୁ ଶୀତଳଷଷ୍ଠୀ ଭବରେ ମହାସମାରୋହରେ ପାଳନ କରନ୍ତି ଲୋକେ। ସେହି ପରିପେକ୍ଷିରେ ପଦ୍ମପୁର ସାର୍ବଜନୀନ ଶୀତଳଷଷ୍ଠୀ କମିଟି, ପଦ୍ମପୁର ତରଫରୁ ମଧ୍ୟ ପଦ୍ମପୁର କଣ୍ଟାବନ୍ଧ ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କ ବିବାହ ଏବଂ ମାତା ପାର୍ବତୀଙ୍କ ଶୀତଳଷଷ୍ଠୀ ଉତ୍ସବ ଆୟୋଜିତ ହୋଇଥିଲା।

ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ବାବାଙ୍କ ମନ୍ଦିରରେ ରୁଦ୍ରାଭିଶେଖ ସହ ବାବାଙ୍କ ପୂଜାପାଠ କରିବା ପରେ ମାନବୀୟ ପରମ୍ପରା ଓ ବୈଦିକ ରୀତିରେ ଉଭୟ ଶିବ ଶକ୍ତିଙ୍କ ହରିଦ୍ର ଲେପନ ଏବଂ ତାପରେ ଭବ୍ୟ ଶୋଭାଯାତ୍ରାରେ ପଞ୍ଚ ବାଦ୍ୟ, ଦୁଲ ଦୁଲୀ, ସଙ୍କୀର୍ତ୍ତନ, ସହ ଘଣ୍ଟ ଶଙ୍ଖ ଡମ୍ବରୁ ସହ ବୈଦିକ ମନ୍ତ୍ରରେ ସାରା ନଗର ପ୍ରକମ୍ପିତ ହୋଇ ଉଠିଥିଲା । ମହା ଭବ୍ୟ ପାଟୁଆଁରରେ ସର୍ବ ସୌମ୍ୟ ସୁନ୍ଦର ମନୋରମ ରାଜ ରାଜେଶ୍ୱର ଚନ୍ଦ୍ରଶେଖର ରୂପରେ ଦେବାଦୀ ଦେବ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କ ଅଦ୍ଭୁତ ବିରାଟ ଭବ୍ୟ ବରଯାତ୍ରା ହଜାର ହଜାର ଭକ୍ତଙ୍କ ସମାଗମରେ ପଦ୍ମପୁର ଶ୍ରୀରାମ ନଗର ସ୍ଥିତ ମାତା ଜଗତ ଜନନୀ ପାର୍ବତୀଙ୍କ ପିତା ମାତା ଦାୟିତ୍ୱ ବହନ କରୁଥିବା ଶ୍ରୀମତୀ ସ୍ବର୍ଣ୍ଣକାନ୍ତି ସାହୁ ଏବଂ ଶ୍ରୀ କେଦାର ସାହୁଙ୍କ ଘରେ ପହଁଞ୍ଚିବା ସହ ମହାସମାରୋହରେ ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଯାଇଛି।

ଏହି ଅବସରରେ ଶୋଭାଯାତ୍ରାରେ ପ୍ରାୟ ୧୧ଗୋଟି ପାରମ୍ପରିକ ବାଦ୍ୟ ଯଥା ସଂକୀର୍ତ୍ତନ, କଳଙ୍ଗୀ,ଘୁମରା,ଡଣା ନାଚ,ଦୂଲଦୁଲି ଦଳ ସାମିଲ ହୋଇଥିବା ବେଳେ ଏହି ପବିତ୍ର ବିବାହ ଉତ୍ସବର ସାକ୍ଷ୍ୟ ରହିବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କର ଭିଡ଼ ଜମିଥିଲା। ତେବେ ରବିବାର ଉଭୟ ଶିବ ଶକ୍ତିଙ୍କ ଯୁଗଳ ମୂରତି ଷଷ୍ଠୀ ଉତ୍ସବର ଭବ୍ୟ ଶୋଭାଯାତ୍ରାରେ କନ୍ୟା ମାତା ପିତାଙ୍କ ଘରୁ ବାହାରି ନଗର ପରିକ୍ରମା କରିବା ସହ ପୁନଃ ମନ୍ଦିରରେ ପ୍ରବେଶ ନୀତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସୁରଖୁରରେ ଏବଂ ବୈଦିକ ପରମ୍ପରା ଗତ ନୀତିରେ ଉତ୍ସବ ସମ୍ପନ୍ନରେ ସହଯୋଗ ତଥା ସମ୍ମିଳିତ ହେବା ପାଇଁ ସମଗ୍ର ପଦ୍ମପୁର ବାସୀ ଏବଂ ଭକ୍ତଙ୍କୁ କମିଟି ପକ୍ଷ୍ୟରୁ ଧନ୍ୟବାଦ ଦିଆଯାଇଛି।


