Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଶ୍ରୀ ଶ୍ରୀ ସ୍ବପ୍ନେଶ୍ବର ମହାଦେବଙ୍କ ଚତୁର୍ଥ ଶିତଲ ଷଷ୍ଠୀ ଉତ୍ସବ ପାଳନ ପାଇଁ ସାଧାରଣ ବୈଠକ...

ଶ୍ରୀ ଶ୍ରୀ ସ୍ବପ୍ନେଶ୍ବର ମହାଦେବଙ୍କ ଚତୁର୍ଥ ଶିତଲ ଷଷ୍ଠୀ ଉତ୍ସବ ପାଳନ ପାଇଁ ସାଧାରଣ ବୈଠକ ସହିତ ନୂତନ କର୍ମକର୍ତ୍ତା ଚୟନ।

ପଦ୍ମପୁର – ପଦ୍ମପୁର ସହରର କଣ୍ଟାବନ୍ଧ ସଂଲଗ୍ନ ଶ୍ରୀ ଶ୍ରୀ ସ୍ବପ୍ନେଶ୍ବର ମହାଦେବଙ୍କ ଚତୁର୍ଥ ଶିତଲ ଷଷ୍ଠୀ ଉତ୍ସବ ଚଳିତ ବର୍ଷ ୨୦୨୬ ମହାସମାରୋହରେ ପାଳନ କରିବା ପାଇଁ ମନ୍ଦିର ପରିସରରେ ଏକ ସାଧାରଣ ବୈଠକ ଆୟୋଜନ ପୂର୍ବକ ନୂତନ କର୍ମକର୍ତ୍ତା ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି। ଉକ୍ତ ବୈଠକ ପ୍ରିତମ ମେହେର ସଭାପତିତ୍ୱ କରିଥିଲେ ଏବଂ ବୈଠକ ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ସଦସ୍ୟସଦସ୍ୟା ମାନଙ୍କୁ ସ୍ବାଗତ ଜଣାଇବା ସହିତ ଗତବର୍ଷ ଉତ୍ସବର ଆୟ ବ୍ୟୟ ବିବରଣୀ ଉପସ୍ଥାପନ କରାଯାଇ ପାରିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ ପୂର୍ବ ପରମ୍ପରା ଏବଂ ରିତି ନିତି ଅନୁସାରେ ଶିତଲ ଷଷ୍ଠୀ ଉତ୍ସବ ପାଳନ କରିବା ପାଇଁ ସର୍ବ ସମ୍ମତି ପ୍ରକାଶ ପାଇଥିଲା।

ଚଳିତ ଉତ୍ସବରେ ଯୁବଗୋଷ୍ଠୀ ଏବଂ ମହିଳା ମାନଙ୍କୁ ଆଗକୁ ଆସି ଉତ୍ସବ ପାଳନ ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକରେ ସକ୍ରିୟ ଭୂମିକା ନିର୍ବାହ କରିବା ପାଇଁ ଅନୁରୋଧ କରାଯାଇଥିଲା। ଚଳିତ ଶିତଲ ଷଷ୍ଠୀ ଉତ୍ସବରେ କନ୍ୟା ପିତା,ମାତା ଭାବରେ ଦିୟିତ୍ବ ନିର୍ବାହ କରିବା ପାଇଁ ଶୁଭଦ୍ରା ନାୟକ ଏବଂ ଜୟନ୍ତ ନାୟକଙ୍କ ଅନୁରୋଧକୁ ବିଚାର ବିମର୍ଶ ପରେ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଗଲା। ଚଳିତ ବର୍ଷ ଉତ୍ସବ ପାଳନ ପାଇଁ ସର୍ବ ସମ୍ମତି କ୍ରମେ ସଭାପତି ଭାବରେ ପ୍ରିତମ ମେହେର,ଉପ-ସଭାପତି ସୁରେଶ ରାମଚନ୍ଦାଣୀ, ଦିଲିପ କୁମାର ବାରିକ,ଯୁଗଳ କିଶୋର ସାହୁ (ବୁଲୁ), ପ୍ରିତିରଞ୍ଜନ ପ୍ରଧାନ, ସାଧାରଣ ସମ୍ପାଦକ ଶେଷଦେବ ମେହେର,ସହ-ସମ୍ପାଦକ ମନୋଜ କୁମାର ମହାନ୍ତି, ଆନନ୍ଦ ଜାଲ,ପ୍ରଶାନ୍ତ ସାହୁ,

କୋଷାଧ୍ୟକ୍ଷ ନରସିଂହ ଅଗ୍ରୱାଲ, ସହ-କୋଷାଧ୍ୟକ୍ଷ ଚୂଲସୁନ୍ଦର ମେହେର, ସଂଗଠନ ସମ୍ପାଦକ ଜୟରାମ ମହାପାତ୍ର, ଅରୁଣ କୁମାର ଦାନୀ ସାଂସ୍କୃତିକ ବଳି ନାୟକ, ମହିପାଳ ସାହୁ, କାର୍ଯ୍ୟକାରୀ ସଦସ୍ୟ ଭାବରେ ନବ କିଶୋର ବରିହା,ବିଜୟ ବହିଦାର, ରୁଦ୍ର ପ୍ରତାପ ସାହୁ , ବଳରାମ ସରାପ,କେଦାର ସାହୁ, ଭାସ୍କର ମହାନ୍ତି, ପ୍ରକାଶ ସାହୁ, ଇନ୍ଦ୍ରଜିତ ମେହେର ଅରବିନ୍ଦ ଦାସ, ଗଙ୍ଗାଧର ଚିରଗୁନ ଙ୍କୁ ମନୋନୀତ କରିବାଥିବା ବେଳେ ଉପଦେଷ୍ଟା ଭାବରେ ଟଙ୍କଧର ମହାପାତ୍ର , ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ , ସନ୍ତୋଷ କୁମାର ମହାନ୍ତି, କୈଳାଶ କୁମାର ଅଗ୍ରୱାଲ, ବିଜୟ କୁମାର ସାହୁ ,କାହ୍ନୁ ଚରଣ ମେହେର, ଲକ୍ଷପତି ରଣାଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା ।‌ ସଭା ଶେଷରେ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ସଭାପତି ସଭା ସାଙ୍ଗ କରିଥିଲେ ।

error: Content is protected !!