Friday, May 9, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ନୃସିଂହ ଠାକୁରଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳାର...

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ନୃସିଂହ ଠାକୁରଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳାର ସମୀକ୍ଷା କଲେ ଜିଲ୍ଲାପାଳ।

ପାଇକମାଲ-ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ନୃସିଂହ ଠାକୁରଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳା ବୁଧବାର କଳସ ଶୋଭାଯାତ୍ରା ଆରମ୍ଭ ହେବାପରେ ଗୁରୁବାର ବରଗଡ଼ ଜିଲ୍ଲାପାଳ କରିଛନ୍ତି ସମୀକ୍ଷା। ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ସହ ଅତିରିକ୍ତ ଜିଲ୍ଲାପାଳ କୁଣାଳ ମୋତିରାମ ଚୌହାନ ଓ ଉପ ଜିଲ୍ଲାପାଳ ସେହ୍ନା ଅରୁଗୁଲା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ବୈଶାଖ ମେଳା ପାଇଁ ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିର ଶୁଭ ଉଦଘାଟନ କରିଥିଲେ।

ପରେ ବିଶ୍ଵଶାନ୍ତି ମହାଯଜ୍ଞ ମଣ୍ଡପରେ ପୂଜାର୍ଚ୍ଚନା କରି ମହାପ୍ରଭୁ ନୃସିଂହ ଠାକୁରଙ୍କ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁ ଭକ୍ତମାନେ କିପରି ଠିକ୍ ଭାବେ ମହାପ୍ରଭୁ ନୃସିଂହ ଠାକୁରଙ୍କ ଦର୍ଶନ କରିପାରିବେ,ଟ୍ରାଫିକ ବ୍ୟବସ୍ଥା,ସ୍ବାସ୍ଥ୍ୟ, ଗମନା ଗମନ,ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଉପରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ,ମନ୍ଦିର ଟ୍ରଷ୍ଟ ସଭାପତି ଦେବାଶିଷ ସିହ୍ନା ଓ ବୈଶାଖ ମେଳା ପରିଚାଳନା କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ।

ମହାପ୍ରଭୁ ନୃସିଂହ ଠାକୁରଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳା ୨୦୨୫ ପାଇଁ ଗୁରୁବାର ବିଶ୍ଵଶାନ୍ତି ମହାଯଜ୍ଞରେ ନୃସିଂହ ଠାକୁରଙ୍କ ବିଜମନ୍ତ୍ର ” ଓଁ ଉଗ୍ରବିରମ୍ ମହାବିଷ୍ଣୁ ଜଳନ୍ତୋ ସର୍ବତୋ ମୁଖମ୍ ନୃସିଂହଂ ଭୀଷଣ ଭଦ୍ରମ୍ ମୃତ୍ୟୋ ମୃତ୍ୟୋ ନମାମ୍ୟହଂ ” ମନ୍ତ୍ର ୨୫ ହଜାର ପଣ୍ଡିତଙ୍କ ଦ୍ଵାରା ଜପ କରା ଯାଇଥିଲା।

error: Content is protected !!