Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ନୂଆଁଖାଇ ଭେଟଘାଟ ।

ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ନୂଆଁଖାଇ ଭେଟଘାଟ ।

ପାଇକମାଳ – ପାଇକମାଳ ବ୍ଲକ ପବିତ୍ର ନୃସିଂହନାଥ ପୀଠରେ ଥିବା ସସ୍କୃତି ମଣ୍ଡପ ଠାରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗାୟତ୍ରୀ ବାହିନୀ ଦ୍ଵାରା ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମରେ ଛୋଟ ରୁ ବଡ଼ ମାନଙ୍କ ପାଇଁ ବିଭିନ୍ନ ଆକର୍ଷଣୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛୋଟ ମାନଙ୍କ ପାଇଁ ଜିଲେପି ଖିଆ,ନାଚ ,ଗୀତ ଓ ବଡ଼ ମାନଙ୍କ ପାଇଁ ରଙ୍ଗୋଲି, ଚୌକି ବସା, ଗୀତା ପାଠ ,ଆଧ୍ୟାତ୍ମିକ କୁଇଜ୍ ସହ ଅନ୍ୟାନ୍ୟ ହସ ଖୁସି ଭରା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।

ଅନ୍ନ ପ୍ରସାଦ ଭୋଜନ ପରେ ଏକ ବୈଠକ ମାତୃପ୍ରସାଦ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣ ସମାଜର ସଭାପତି ଗିରିଶ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଶଙ୍କର ଦାସ , ସୁଶିଲ ମହାପାତ୍ର , ସୁବଳ ପଣ୍ଡା, ମନୋହର ମିଶ୍ର, ବୁଲୁ ନାୟକ ଓ ସତ୍ୟନାରାୟଣ ଯୋଶୀ ପ୍ରମୁଖ ଯୋଗ ଦେଇ ସମାଜର ଉନ୍ନତି ବିଷୟରେନିଜ ନିଜ ର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

ବିଭିନ୍ନ କାମରେ କଳ୍ପନା ବଡ଼ପଣ୍ଡା , ସୌରେନ୍ଦ୍ରି ପଣ୍ଡା, ସୀମାରାଣୀ ଦାଶ, ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ ଓ ତପସ୍ୱିନୀ ପାଣିଗ୍ରାହୀ ପ୍ରମୁଖ ଙ୍କ ସହ ଗାୟତ୍ରୀ ବାହିନୀ ଏବଂ ପର୍ଶୁରାମ ବାହିନୀର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶେଷରେ ସୁଶାନ୍ତ ପାଣିଗ୍ରାହୀ ଆଜିର କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ବଡ ମାନଙ୍କୁ ନୁଆଁଖାଇ ଜୁହାର କରି ଛୋଟ ମାନଙ୍କୁ ଆଶୀର୍ବାଦ ଜଣାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ ।

error: Content is protected !!