Saturday, March 7, 2026
Homeରାଜ୍ୟଶ୍ରୀ ଶ୍ରୀ ନୃସିଂହନାଥରେ ଔଷଧୀୟ ବୃକ୍ଷ ବଗିଚା ଉଦଘାଟିତ।

ଶ୍ରୀ ଶ୍ରୀ ନୃସିଂହନାଥରେ ଔଷଧୀୟ ବୃକ୍ଷ ବଗିଚା ଉଦଘାଟିତ।

ପଦ୍ମପୁର-ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଦ୍ଵାରା ନୂତନ ଭାବେ ଶୁଭାରମ୍ଭ କରାଯାଇଥିବା ଔଷଧୀୟ ବୃକ୍ଷ ବଗିଚା କୁ ଆଜି ଉତଘାଟନ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଗନ୍ଧମାର୍ଦ୍ଦନ ପାହାଡ଼ରେ ଥିବା ଔଷଧୀୟ ବୃକ୍ଷ କୁ ଛାଡି ଅନ୍ୟ ପ୍ରଜାତିର ଔଷଧ ବୃକ୍ଷ ଉଦ୍ୟାନ ନିମନ୍ତେ ମନ୍ଦିର କର୍ତ୍ତୃପକ୍ଷ ଦ୍ଵାରା ୫ଏକର ପରିମିତ ଜମିରେ ହୋଇଛି ଶୁଭାରମ୍ଭ। ବିଭିନ୍ନ ପ୍ରକାର ତୁଳସୀ ବୃକ୍ଷ,ଅର୍ଜୁନ,ଆଦି ନୂତନ ପଦ୍ଧତିରେ ହୋଇଛି ପ୍ରୟାସ ଆରମ୍ଭ। ଏ ଉପଲକ୍ଷେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚଭନ ଯୋଗ ଦେଇଥିଲେ।

ବିଶିଷ୍ଟ ପରିବେଶବିତ ପାଲେଶ୍ୱର ସାହୁଙ୍କ ତତ୍ତ୍ଵାବଧାନରେ ଏହି ଔଷଧୀୟ ବୃକ୍ଷ ବଗିଚାକୁ ସଫଳତା କରାଯିବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି।ନୂତନ ଭାବେ ଆରମ୍ଭ ହୋଇଥିବା ଏହି ଔଷଧୀୟ ଉଦ୍ୟାନ କୁ ” ବୁଟି ବାବା ବନୌଷଧି ବଗିଚା ” ରୂପେ କରାଯାଇଛି ନାମକରଣ। ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କୁ ଆସୁଥିବା ପର୍ଯ୍ୟଟକ,ଗବେଷଣା ରତ ଛାତ୍ର ଛାତ୍ରୀ ମାନେ ମହାପ୍ରଭୁ ଙ୍କ ଦର୍ଶନ ସହ ଗନ୍ଧମାର୍ଦ୍ଦନ ପାହାଡ ଓ ଏହି ଔଷଧୀୟ ଉଦ୍ୟାନ କୁ ପରିଭ୍ରମଣ କରି ଅତ୍ୟଧିକ ଜ୍ଞାନ ଆହରଣ କରିବା ପାଇଁ ସୁଯୋଗ ପାଇପାରିବେ ବୋଲି ପରିବେଶବିତ ଶ୍ରୀ ସାହୁ କହିଥିଲେ।

ସାଂସଦ ପ୍ରଦୀପ ପୁରୋହିତ କହିଥିଲେ ଯେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟି ଔଷଧୀୟ ବୃକ୍ଷ ଉଦ୍ୟାନ କୁ ପ୍ରଂଶସା କରିବା ସହ ଏହା ଏକ ଔଷଧୀୟ ଭଣ୍ଡାର ହେବା ସହ ସ୍କୁଲ କଲେଜ ଛାତ୍ର ଛାତ୍ରୀ, ପର୍ଯ୍ୟଟକ ମାନଙ୍କ ପାଇଁ ଅପୂର୍ବ ସୁଯୋଗ ଆଣିଦେଇଛି। ଅନ୍ୟତମ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଚଭନ କହିଥିଲେ ଯେ ଆଜି ମହାନ୍ ଉଦ୍ଦେଶ୍ୟ କୁ ପ୍ରଂଶସା କରି ଏହା ପରେ ଆହୁରି କରାଯିବା ଆବଶ୍ୟକ ଯାହାକି ଅନେକ ଶିକ୍ଷା ମିଳି ପାରିବ। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ କହିଥିଲେ ସମସ୍ତ ଙ୍କ ସହଯୋଗ ଦ୍ଵାରା ନିଶ୍ଚିତ ସଫଳତା ହାସଲ କରି ପାରିବା ବୋଲି କହି ଧନ୍ୟବାଦ ଦେଇଥିଲେ।

error: Content is protected !!