ବୌଦ୍ଧ-ବୌଦ୍ଧ ସଦର ବ୍ଲକ ମୃଶୁଣ୍ଢୀ ପଂଚାୟତ ଗମ୍ଭାରି ପଦର ଦଦରପଡିଆ ସ୍ଥିତ ଟୁଟୁସିଙ୍ଗା (ଗମ୍ଭାରିପଦର)ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ମୁଖ୍ୟଅତିଥି ଭାବେ ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଅଭିଭାଷଣ ରଖିଥିଲେ,ସଂମ୍ମାନିତ ଅତିଥି ଭାବେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପ୍ସା ପଟ୍ଟନାୟକ ଯୋଗ ଦେଇ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ l ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଭାପତି କୃତ୍ତିବାସ ପଲିଆ ସାଧାରଣତନ୍ତ୍ର ଦିବସରେ ସମସ୍ତେ ତ୍ରିରଙ୍ଗା ତଳେ ଓ ଶ୍ରୀମା ଓ ଶ୍ରୀ ଅରବିନ୍ଦଙ୍କ ପାଖରେ ଶପଥ ନେଇ ନିଜ ନିଜ କର୍ତ୍ତବ୍ୟ ପ୍ରତିପାଦନ କରି ଦେଶ ମାତୃକା ପାଇଁ ସମର୍ପିତ ହେବା ସହ ବିଦ୍ୟାଳୟ ଏକ ଆଶ୍ରମ ଏହର ସାମୁହିତ ଉନ୍ନତି ହେଲେ ସମସ୍ତଙ୍କର ଉନ୍ନତି ହୋଇପାରିବ ବୋଲି କହିଥିଲେ l
ବିଦ୍ୟାଳୟର ଭିତିଭୂମି ନିମନ୍ତେ ପଂଚାୟତ, ବ୍ଲକ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ସହିତ ସମ୍ପର୍କ ରଖି କାର୍ଯ୍ୟକରିବା ପାଇଁ ଚେଷ୍ଟିତ ଅଛୁ ବୋଲି କହିଥିଲେ l ବିଦ୍ୟାଳୟର ଅଧକ୍ଷା ସବିତା ହୋତା, ଶିକ୍ଷୟତ୍ରୀ ସ୍ୱଣ୍ଣଳତା ମିଶ୍ର,ମନୋସ୍ୱନି ବାରିକ, ନୀଳିମା ମେହେର,ଶିକ୍ଷକ ଗିରିଜା ଶଙ୍କର ଭୋକ୍ତା, ସଂଜୀବ କୁମାର ଯୋଶୀ ପ୍ରମୁଖ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ସମ୍ପାଦକ ରାଜେଶ କୁମାର ଦାଶ ତତ୍ୱାବୋଧନରେ ସମସ୍ତ ଆୟୋଜନ ହୋଇଥିଲା ବେଳେ ବରିଷ୍ଠ ଶିକ୍ଷକ ଲାଲା ଧର୍ମ ଶରଣ କର୍ମୀ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l