Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଶ୍ରୀଶ୍ରୀ ଷଣ୍ଢେଶ୍ଵର ମନ୍ଦିରର ବାର୍ଷିକ ସଭା ଏବଂ ନୂତନ କମିଟି ଗଠନ ।

ଶ୍ରୀଶ୍ରୀ ଷଣ୍ଢେଶ୍ଵର ମନ୍ଦିରର ବାର୍ଷିକ ସଭା ଏବଂ ନୂତନ କମିଟି ଗଠନ ।

ବିଜେପୁର(ନିରଞ୍ଜନ ତ୍ରିପାଠୀ)- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ଅନ୍ତର୍ଗତ ପଡ଼ା ପଞ୍ଚାୟତ ପୁଖାମୁଣ୍ଡା ସ୍ଥିତ ଶ୍ରୀ ଶ୍ରୀ ଷଣ୍ଢେଶ୍ଵର ବାବା ମନ୍ଦିରର ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭା ପୂର୍ବତନ ସଭାପତି କମଳାକାନ୍ତ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ, ସମ୍ପାଦକ ପ୍ରଦୀପ କୁମାର ଗୁରୁ ବାର୍ଷିକ ବିବରଣୀ ପାଠ କରିବା ସହ ଗତ ବର୍ଷର ଆୟ ବ୍ୟୟର ହିସାବ ପ୍ରଦାନ କରିଥିଲେ।ଗତ ଗୋଟିଏ ବର୍ଷ ମଧ୍ୟରେ ମନ୍ଦିର ପରିସର ଉନ୍ନତିକରଣ ବିଷୟରେ କାର୍ଯ୍ୟକାରୀ ସଦସ୍ୟ ହରିଲାଲ ସାହୁ ଅବଗତ କରାଇଥିଲେ ।

ଅସ୍ଥାୟୀ ସଭାପତିଙ୍କ ଅଧ୍ୟକ୍ଷତାରେ ସର୍ବସମ୍ମତି କ୍ରମେ ଏକ ନୂତନ କମିଟର ଗଠନ କରାଯାଇଛି ।ନୂତନ ସଭାପତି ଭାବେ ଶ୍ରୀ ଚିତ୍ତରଞ୍ଜନ ମେହେର ,ଉପସଭାପତି ଇନ୍ଦ୍ରଜିତ ଦୀପ ,ସମ୍ପାଦକ ବିଶିକେଶନ ମେହେର ,ସହ ସମ୍ପାଦକ ହରିଲାଲ୍ ସାହୁ , କୋଷାଧ୍ୟକ୍ଷ ସୁମନ୍ତ ପଧାନ ଏବଂ ସହ କୋଷାଧ୍ୟକ୍ଷ ଭାବେ ସ୍ୱାଧୀନ ଦେବତାଙ୍କୁ ଦାୟିତ୍ଵ ଦିଆଯାଇ ଥିବା ବେଳେ,କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସର୍ବଶ୍ରୀ ଆନନ୍ଦ ବାରିକ, ଭବାନୀଶଙ୍କର ମେହେର,ପବିତ୍ର ମେହେର, ଶେଷଦେବ ମେହେର, ନିରଞ୍ଜନ ପଟେଲଙ୍କ ସମେତ ୧୧ ଜଣଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରାଯାଇଛି ।ପୂର୍ବତନ କମିଟି ସଦସ୍ୟ ମାନଙ୍କୁ ଉପଦେଷ୍ଟା ଭାବେ ଆସିନ କରାଯାଇଛି।ଏହି ସଭାରେ ପଡ଼ା ଗ୍ରାମପଞ୍ଚାୟତ ,ପହଣ୍ଡି ଗ୍ରାମପଞ୍ଚାୟତ ତଥା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଗ୍ରାମର ଲୋକେ ଉପସ୍ଥିତ ଥିଲେ।

error: Content is protected !!