ବରଗଡ଼ – ଶୁଣ୍ଢି ସମାଜର ଜିଲ୍ଲା ସ୍ତରୀୟ ବାର୍ଷିକ ସମାବେଶ ତଥା ବିବାହ ଯୋଗ୍ୟ ପୁଅ ଓ ଝିଅଙ୍କର ଯୋଗା ଯୋଗ ସମ୍ମେଳନ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଉଦ୍ଧବ ଚରଣ ବେହେରାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି,ଏହି ସମାବେଶରେ ୨୪ ଜଣ ପୁଅ ଝିଅ ଙ୍କର ବିବାହ ପ୍ରସ୍ତାବ ଆଗତ ହୋଇଥିଲା ।ଜିଲ୍ଲାର ସବୁ ବ୍ଲକ ତଥା ସୋନପୁର,ସମ୍ବଲପୁର, ବଲାଙ୍ଗୀର,ଝାରସୁଗୁଡ଼ା ଓ ଛତିଶଗଡ଼ ରୁ ପ୍ରତିନିଧି ଯୋଗଦାନ କରିଥିଲେ । ନାରୀ ସଂଗଠନ ଓ ଯୁବ ସଂଗଠନ କୁ ଅଧିକ ଗୁରୁତ୍ବ ଦିଆଯାଇଥିବାବେଳେ ଗରିବ ଶ୍ରେଣୀର ଲୋକଙ୍କୁ କିପରି ସାହାଯ୍ୟ କରାଯାଇପାରିବ ସେବିଷୟରେ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା ।ସମାଜର ଜଣେ ଗରିବ ମହିଳାଙ୍କୁ ଏକ ସିଲେଇ ମେସିନ ପ୍ରଦାନ କରାଯାଇଥିଲା ।ନିଜ ଜାତି ଓ ଅନ୍ୟ ଜାତି ମଧ୍ୟରେ ସଦଭାବନା ସକାଶେ ଯାଦବ ସମାଜର ସଭାପତି ଶ୍ରୀଯୁକ୍ତ ଅମରେନ୍ଦ୍ର ନାରାୟଣ ଯାଦବ ଓ ଭୁଲିଆ ସମାଜର ସଭାପତି ଶ୍ରୀଯୁକ୍ତ ରାମକୃଷ୍ଣ ମେହେର ଅତିଥି ରୂପେ ଯୋଗଦେଇ ତାଙ୍କର ମନ୍ତବ୍ୟ ରଖିଥିଲେ ।ଏହି ସମାରୋହରେ ସମାଜର ସର୍ବଭାରତୀୟ ଉପସଭାପତି ଶ୍ରୀଯୁକ୍ତ ପ୍ରତାପ ବେହେରା ଯୋଗଦେଇ ଜଣେ ମହିଳାଙ୍କୁ ସିଲେଇ ମେସିନ ପ୍ରଦାନ କରିଥିଲେ ।ସମାଜର ରାଜ୍ୟ ସ୍ତରୀୟ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପୃଥ୍ବୀରାଜ ବେହେରା ମଞ୍ଚାସିନ ଥିଲେ ।ସମ୍ବଲପୁର,ଝାରସୁଗୁଡ଼ା,ସୁନ୍ଦରଗଡ଼ ଓ ସୋନେପୂର୍ ସଭାପତି ଯଥାକ୍ରମେ ଖଡିରତ୍ନ ବେହେରା,ନବୀନ ବେହେରା,ଟୁନା ସାହୁ ଓ ସତ୍ୟନାରାୟଣ ସାହୁ ଯୋଗଦେଇଥିଲେ ।ଡକ୍ତର ପାଣ୍ଡବ ବେହେରା ସଭା ପରିଚାଳନା କରିଥିଲେ,ଶରତ ବେହେରା,ନୀଳମାଧବ ସାହୁ,ମୋରାରଜୀ ସାହୁ,ପ୍ରକାଶ ସାହୁ,ନିରଞ୍ଜନ ସାହୁ (୨)ଟୁକୁନା ସାହୁ,ଅଶୋକ ବେହେରା,ବାହାଦୁର ବେହେରା,ଅଶୋକ ପରିଡ଼ା,ଶିବ ବେହେରା,ସୁଧୀର ସାହୁ ଓ ସୁରାଲି ବେହେରା ,ଯୁବ ସଭାପତି ର।ଜକିରନ୍ ନାୟକ ସଭା ପରିଚାଳନାରେ ସାହାଯ୍ୟ କରିଥିଲେ ।ଅଧ୍ୟାପିକା ଅନୂପମା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।