Saturday, April 12, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଶୁଣିଲାନି ପ୍ରଶାସନ ନିଜ ଉଦ୍ୟମରେ କେନାଲ ଉପରେ ପୋଲ ନିର୍ମାଣ କଲେ ଗ୍ରାମବାସୀ ।

ଶୁଣିଲାନି ପ୍ରଶାସନ ନିଜ ଉଦ୍ୟମରେ କେନାଲ ଉପରେ ପୋଲ ନିର୍ମାଣ କଲେ ଗ୍ରାମବାସୀ ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଳକ୍ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ବାଞ୍ଜିପାଲି ଗ୍ରାମର ଗ୍ରାମବାସୀ ବାରମ୍ବାର ପ୍ରଶାସନ ତଥା ରାଜନେତା ଙ୍କୁ ଅଭିଯୋଗ ସତ୍ତ୍ୱେ କେନାଲ ରାସ୍ତା ମରାମତି ନ ହେବାରୁ ନିଜ ଉଦ୍ୟମରେ ଏକ ପୋଲ ନିର୍ମାଣ କାର୍ଯ୍ୟ ସଫଳତାର ସହ ସମାପ୍ତ କରିଛନ୍ତି । ଏଥିରେ ଗ୍ରାମର ଭଦ୍ରବ୍ୟକ୍ତି ଏବଂ ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହଯୋଗ ତଥା ଗ୍ରାମବାସୀଙ୍କ ପାରିଶ୍ରମିକ ସାହାଯ୍ୟରେ ପୋଲ ନିର୍ମାଣ ଶେଷ କରିଛନ୍ତି ।

ଏଥିରେ ଗ୍ରାମର ବେଣୁଧର ଭୋଇ, ପ୍ରେମାନନ୍ଦ ଭୋଇ,ଜଗମୋହନ ଭୁଏ,ନନ୍ଦିଘୋଷ ଭୁଏ, ଶଶି ଭୋଇ,ଘାସିରାମ ଭୋଇ,ସନ୍ତୋଷ ବୁଡେକ୍ , ସୁବ୍ରତ ଭୁଏ, ସୁରଜ ଭୋଇ, ସୁରେନ୍ଦ୍ର ଭୁଏ, ପ୍ରେମାନନ୍ଦ ଛନ୍ଦ,ବଳଦେବ ଭୋଇ, କରୁଣା କର ନାୟକ,ପ୍ରମୋଦ ଭୁଏ ,ନରେଶ ଭୁଏ, ହରେକୃଷ୍ଣ ଭୁଏ, ଶୁଶାନ୍ତ ଭୁଏ, ପ୍ରଦୀପ କୁମାର ନାୟକ, କମଳାକାନ୍ତ ଭୋଇ, କ୍ଷୀରସାଗର ଭୁଏ ପ୍ରମୁଖ ଆର୍ଥିକ ଦାନ ଏବଂ ଶ୍ରମ ଦାନ କରିଥିଲେ । ଏହା ସହ ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ସହଯୋଗ କରିଥିଲେ ।

error: Content is protected !!