ବରପାଲି- ବରପାଲି ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ମନୋନୀତ ହୋଇଥିବା ହୀମାଦ୍ରୀ ନଗର, ସ୍ଥାନୀୟ ଶିବାଜୀ କ୍ଲବ ରାସ୍ତାର ଜବରଦଖଲ ଉଚ୍ଛେଦ କରି ରାସ୍ତାର ପ୍ରଶସ୍ତୀକରଣ କରିବା ପାଇଁ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ନ୍ତି ଶିବାଜୀ କ୍ଲବ ର ସଦସ୍ଯ ମାନେ। ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରାର ହୀମାଦ୍ରୀ ନଗର ଭାବେ ମନୋନୀତ ହୋଇଥିବା ଶିବାଜୀ କ୍ଲବର ରାସ୍ତା କୁ ଜବରଦଖଲକାରୀ କବ୍ଜା କରିଛନ୍ତି। ଫଳରେ ଶୀତଳ ଷଷ୍ଠୀ ଯାତ୍ରା ସମୟରେ ହଜାର ହଜାର ଭକ୍ତଙ୍କ ସମାଗମ ହେବ। ଭକ୍ତ ମାନେ ଯାତାୟାତ ରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ। ଏହାକୁ ଦୃଷ୍ଟି ରେ ରଖି ଉକ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରି ରାସ୍ତାର ପ୍ରଶସ୍ତୀକରଣ ପାଇଁ ବାରମ୍ବାର ଅଭିଯୋଗ କରି ଦାବୀପତ୍ର ମାନ ଦେଇ ଆସୁଥିବା ସତ୍ତ୍ବେ ପ୍ରଶାସନ ଗୁରୁତ୍ବ ଦେଉ ନ ଥିବା ଅଭିଯୋଗ କରିଛନ୍ତି ହୀମାଦ୍ରୀ ନଗର ବାସୀ। ଶୀତଳ ଷଷ୍ଠୀ ଯାତ୍ରାର ଲକ୍ଷାଧିକ ସମାବେଶ କୁ ଗମ୍ଭୀରତାର ନେଇ ବରପାଲି ଏନ୍.ଏ.ସି. ତୁରନ୍ତ ଏହାର ପଦକ୍ଷେପ ଗ୍ରହଣ ନ କଲେ ବାଧ୍ଯ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶିବାଜୀ କ୍ଲବ ର ସଦସ୍ଯ ମାନେ ଆଜି ଲିଖିତ ଅଭିଯୋଗ କରି ଆନ୍ଦୋଳନ ଧମକ ଦେଇଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ପାର୍ବତୀ ବିବାହ ମହୋତ୍ସବ କମିଟିର ସଭାପତି ବିଜୁ ମେହେର, ଉପ ସଭାପତି ପଞ୍ଚା ମେହେର, ସଂପାଦକ ଧର୍ମରାଜ ସିଂ ବରିହା, କନ୍ୟା ପିତା ପରମେଶ୍ଵର ମେହେର, ଗୋବିନ୍ଦା ମେହେର, ବାବଲୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ।