ପଦ୍ମପୁର-ନବପ୍ରଭାତ ବିଦ୍ୟାୟତନ, ନୂଆପାଲି ଠାରେ ‘ଶିଶୁ ଦିବସ ‘ ପାଳନ କରାଯାଇଥିଲା । ଏହି ମହାନ ଦିବସରେ ମୁଖ୍ଯ ଅତିଥି ଭାବେ ପ୍ରକୃତି ବନ୍ଧୁ ମୀନକେତନ ସାହୁ, ସମ୍ମାନୀତ ଅତିଥି ଭାବରେ ପ୍ରକୃତି ବନ୍ଧୁ କେଦାର ନାଥ ସାହୁଙ୍କ ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଶିଶୁ ମାନଙ୍କର ଆଶୀର୍ବାଦ କାମନା ନିମନ୍ତେ ଏକ ବୈଦିକ ଯଜ୍ଞ ଆୟୋଜିତ କରାଯାଇଥିଲା l ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟରେ “ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ” ତରଫରୁ ‘ ଶିଶୁଟିଏ ଗଛଟିଏ , ସାରା ଜୀବନ ସାଥି ସିଏ ‘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମୁଖ୍ଯ ଅତିଥି ଭାବରେ ମଂଚର ସଂପାଦକ ପ୍ରକୃତି ବନ୍ଧୁ ମୀନକେତନ ସାହୁ ବିଶ୍ୱ ଉତ୍ତାପନ ତଥା ଜଳବାୟୁ ପରିବର୍ତ୍ତନ ଉପରେ ବର୍ତ୍ତମାନ ସମୟରେ ତାର କିପରି କୁପ୍ରଭାବ ପଡୁଛି ସେ ସମ୍ପର୍କରେ ଅବଗତ କରାଇ ବୃକ୍ଷ ଆମ ପାଇଁ ଏକ ଉପକାରୀ ବନ୍ଧୁ ତଥା ଜଳବାୟୁ ସହିତ କିପରି ସନ୍ତୁଳନ ରକ୍ଷା କରେ ସେ ସମ୍ପର୍କରେ କହି ସମସ୍ତଙ୍କୁ ଉଦବୋଧିତ କରିଥିଲେ l


ସମ୍ମାନୀତ ଅତିଥି ପ୍ରକୃତି ବନ୍ଧୁ କେଦାରନାଥ ସାହୁ, ଶିଶୁଟିଏ ଯେମିତି ଭବିଷ୍ୟତରେ ଗୋଟିଏ ସୁନାଗରିକ ତଥା ସମାଜ ପାଇଁ ମଙ୍ଗଳକାରୀ ହେବ ସେଥି ନିମନ୍ତେ ଚିନ୍ତା କରି ତା’ର ଲାଳନ ପାଳନ କରିଥାଉ ଠିକ ସେମିତି ବୃକ୍ଷଟିଏ ମଧ୍ୟ ଆମ ପରିବେଶ ତଥା ଭବିଷ୍ୟତ ପିଢ଼ି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଅଟେ ତାହା ଅତି ସୁକ୍ଷ୍ମ ଭାବରେ ଶିଶୁଙ୍କୁ ବୁଝାଇ ତାର ଯତ୍ନ ନେବାପାଇଁ ଉତ୍ସାହ ପ୍ରଦାନ କରିଥିଲେ l ଏହି ଶିଶୁ ଦିବସ ଉପଲକ୍ଷେ ଉପହାର ସ୍ୱରୂପ ୧୫୦ ଟି ଅଶୋକ ଚାରା ଶିଶୁ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଣ୍ଟନ କରି ଆଗାମୀ ଦିନରେ ନବପ୍ରଭାତ ବିଦ୍ୟାୟତନର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ତଥା ଅନ୍ୟାନ୍ୟ କର୍ମଚାରୀଙ୍କୁ ଚାରା ବଣ୍ଟନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l ବିଦ୍ୟାଳୟର ପରିଚାଳନା ନିର୍ଦେଶକ ରବିଶଙ୍କର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଓ ପରିଶେଷରେ ଶାନ୍ତିପାଠ ପୂର୍ବକ ସଭା ସାଙ୍ଗ ହୋଇଥିଲା l



