Saturday, March 7, 2026
Homeରାଜ୍ୟ"ଶିଶୁଟିଏ ଗଛଟିଏ, ସାରା ଜୀବନର ସାଥୀ ସିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ।

“ଶିଶୁଟିଏ ଗଛଟିଏ, ସାରା ଜୀବନର ସାଥୀ ସିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର-ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡ ଆନୁକୁଲ୍ଯରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,ପଦ୍ମପୁର ଠାରେ “ଶିଶୁଟିଏ ଗଛଟିଏ, ସାରା ଜୀବନର ସାଥୀ ସିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ପ୍ରିତିରଞ୍ଜନ ପ୍ରଧାନଙ୍କ ସଭାପତିତ୍ବ ଓ ସଂପାଦକ ଏଡଭୋକେଡ୍ ଆଦିତ୍ଯ କୁମାର ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ମୀନକେତନ ସାହୁ ମୁଖ୍ଯ ଅତିଥି,ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦୋରା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଶିଶୁଟିଏଗଛଟିଏ, ଜଙ୍ଗଲ ସଂରକ୍ଷଣ,ଜୀବ ଜଗତ ଓ ଆଗାମୀ ପିଢ଼ିର ସୁରକ୍ଷା ନିମିତ୍ତ ବୃକ୍ଷ ରୋପଣ ଓ ସଂରକ୍ଷଣର ଆବଶ୍ୟକତା ସଂପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ। ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କୁ ଅଶୋକ ଚାରା ପ୍ରଦାନ କରାଯାଇ ଥିଲା। ଅଧ୍ୟକ୍ଷା ଆଲ୍ଲାଦିନି ଦଲାଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଇଥିବା ଅଶୋକ ଚାରାକୁ ପିତାମାତାଙ୍କ ସହ ନିଜ ନିଜର ଘର ବାଡିରେ ରୋପଣ କରି ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ।

error: Content is protected !!