Saturday, March 7, 2026
Homeଅଘଟଣଶିମିଳିପାଳରୁ ୩୦ କେଜି ସମ୍ବର ମାଂସ ଜବତ ୯ ଜଣ ଶିକାରୀ ସହି ୯ ଗୋଟି...

ଶିମିଳିପାଳରୁ ୩୦ କେଜି ସମ୍ବର ମାଂସ ଜବତ ୯ ଜଣ ଶିକାରୀ ସହି ୯ ଗୋଟି ବନ୍ଧୁକ ଜବତ |

ରାଇରଙ୍ଗପୁର – ଶିମିଳିପାଳ ଅଭୟରଣ୍ୟର ଡୁକୁରା ବନାଞ୍ଚଳରୁ ୯ ଜଣ ଶିକାରୀଙ୍କୁ ଗିରଫ କରିଛି ଶିମିଳିପାଳପାଳ ବନ ବିଭାଗ। ଶିକାରୀଙ୍କଠାରୁ ୩୦ କେଜି ସମ୍ବର ମାଂସ ସହ ୯ଟି ବନ୍ଧୁକ ବନ ବିଭାଗ ଜବତ କରିଛି। ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବନବିଭାଗ ଉଦ୍ୟମ ଜାରିରଖିଛି । ସୂଚନା ମୁତାବକ ଶୁକ୍ରବାର ବିଳମ୍ୱିତ ରାତିରେ ୪୦ରୁ ଅଧିକ ଶିକାରୀ ଶିକାର ଉଦ୍ଦେଶ୍ୟରେ ଶିମିଳିପାଳ ଭିତରକୁ ଯାଇଥିଲେ। ଆଉ ଗୋଟିଏ ସମ୍ୱର ଶିକାର କରିଥିଲେ। ଶିକାର ପରେ ସମ୍ୱରକୁ ଧରି ଶିକାରୀମାନେ ଘରକୁ ଫେରୁଥିଲେ। ବିଶେଷସୂତ୍ରରୁ ଖବର ପାଇ ଶିମିଳିପାଳ ଟାଇଗର ରିଜର୍ଭ ଅଧିକାରୀଙ୍କ ନେତୃତ୍ୱର ଏକ ଟିମ୍‌ ଯେନାବିଲ ରେଞ୍ଜରେ ଚଢ଼ଉ କରିଥିଲା। ସେହି ସମୟରେ ୯ ଜଣ ଶିକାରୀଙ୍କୁ ମାଡ଼ି ବସିଥିଲା ବନ ବିଭାଗ। ଅନ୍ୟମାନେ ଫେରାର ହୋଇଯାଇଛନ୍ତି। ଗିରଫ ହୋଇଥିବା ଶିକାରୀଙ୍କଠାରୁ ୯ଟି ବନ୍ଧୁକ ଓ ସମ୍ୱର ମାଂସ ଜବତ କରିଛି। ଫେରାର ହୋଇଯାଇଥିବା ଶିକାରୀଙ୍କୁ ଧରିବା ପାଇଁ ବନ ବିଭାଗ ଉଦ୍ୟମ ଜାରିରହିଥିବା ବେଳେ ଖୁବ୍‌ ଶୀଘ୍ର ଶିକାରୀମାନଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି |

error: Content is protected !!