ବରପାଲି-ବରପାଲି ଶିତଳଷଷ୍ଠି ଯାତ୍ରା କମିଟି ପକ୍ଷରୁ ହରିହର ଭେଟଘାଟ ପ୍ରସ୍ତୁତି ବୈଠକ ନୃପରାଜ କ୍ଳବ ଭଣ୍ଡାର ଗୃହ ପରିସରରେ ହୋଇଯାଇଛି।ଶୀତଳ ଷଷ୍ଠୀ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁଙ୍କ ଅଧ୍ୟକ୍ଷତାରେ ଫାଲଗୁନ ପୂର୍ଣ୍ଣିମା ତଥା ହରିହର ଭେଟ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପ୍ରାରମ୍ଭରେ ଶିତଳ ଷଷ୍ଠୀ କମିଟିର ସଭ୍ୟ ସାଗର ପୃଷ୍ଟିଙ୍କ ବିୟୋଗରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଚଳିତ ବର୍ଷ ୫୫ତମ ହରିହର ଭେଟ ଘାଟ ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ସଭାପତି ଆନନ୍ଦ ବାବୁ ସୂଚନା ପ୍ରଦାନ କରିଥିଲେ ।

ସମ୍ପାଦକ ଜୟନ୍ତ ତ୍ରିପାଠୀ ଗତ ବର୍ଷ ୫୪ତମ ହରିହର ଭେଟର ଆୟବ୍ୟୟ ସମ୍ପର୍କରେ ବିବରଣି ଉପସ୍ଥାପନ କରିଥିଲେ ।ବିଧି ମୁତାବକ ଉଭୟ ହରି-ହରଙ୍କ ପାଲିଙ୍କି ନିର୍ଦ୍ଧାରିତ ସମୟରେ ବାହାରି ସହର ପରିକ୍ରମା ମାଧ୍ୟମରେ ସ୍ଥାନିୟ ଦୈନିକ ବଜାର ସମ୍ମୁଖ ପୂଜାମଣ୍ତପ ମିଳନପିଠରେ ପହଞ୍ଚିବ। ପରେ ପୂଜାର୍ଚ୍ଚନା ସହ ହରିହର ଭେଟ୍ ଘାଟ ଉତ୍ସବ ପରମ୍ପରା ଅନୁଶାରେ ପାଳନ ଉପରେ ଆଲୋଚନା କରଯାଇଥିଲା।

ପରେ ମିଳନ ମଣ୍ତପରୁ ପାଲିଙ୍କି ଦ୍ବୟ ଜଗନ୍ନାଥ ମନ୍ଦିର ସ୍ନାନମଣ୍ତପରେ ପହଞ୍ଚିଲା ପରେ ପଣ୍ତିତ ମାନଙ୍କ ଦ୍ବାରା ନୁତନ ପାଞ୍ଜିକା ପଠନ କରାଯିବ । ଏହି ଅବସରରେ ହରିହର ଭେଟ ମିଳନମଣ୍ତପରେ ପର୍ଯ୍ୟାପ୍ତ ପରିମାଣର ଆଲୋକ, ପୋଲିସ ଓ ପ୍ରଶାସନ ର ସୁବ୍ୟବସ୍ଥା ସମ୍ବନ୍ଧରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବୈଠକ ରେ ଯାତ୍ରା କମିଟି ସଭ୍ୟ ଓ କର୍ମକର୍ତ୍ତା ମାନେ ଉତ୍ସବର ସୁପରିଚାଳନା ସମ୍ବନ୍ଧିତ ବିଷୟ ଉପରେ ଆଲୋଚନା କରିଥିଲେ।

