Saturday, March 7, 2026
Homeରାଜ୍ୟଶିକ୍ଷା ବିଭାଗର ପ୍ରେରଣା ତାଲିମ ଶିବିର ।

ଶିକ୍ଷା ବିଭାଗର ପ୍ରେରଣା ତାଲିମ ଶିବିର ।

ବରପାଲି-ବରପାଲି ବ୍ଲକ ଶିକ୍ଷାବିଭାଗ କାର୍ଯ୍ଯାଳୟ ପରିସରରେ ପ୍ରେରଣା ତାଲିମ ଶିବିର ଉଦଯାପନୀ ହୋଇଯାଇଛି। ଶିବିରରେ ବରପାଲି ଓ ଭେଡ଼େନ ବ୍ଲକ ଦ୍ବୟର ନବ ନିଯୁକ୍ତ ପ୍ରାଥମିକ ଶିକ୍ଷକ ମାନଙ୍କୁ ନେଇ ପାଞ୍ଚ ଦିନ ପର୍ଯ୍ଯନ୍ତ ପ୍ରେରଣା ପ୍ରଶିକ୍ଷଣ ତାଲିମ ପରିଚାଳନା ହୋଇଥିଲା। ଉତ୍ସବ ବ୍ଲକ ଶିକ୍ଷା ଅଧିକାରୀମୁକୁନ୍ଦ ମାହାରାଙ୍କ ଅଧକ୍ଷତାରେ ଆୟୋଜିତ ହୋଇଥିଲା । ମାହାରା ବାବୁ ତାଲିମରେ ପାଇଥିବା ପ୍ରେରଣା ଦୀପକୁ ନିଜ ଶିକ୍ଷକତା ଜୀଵନରେ ଉଚିତ ବ୍ୟବହାର ସହ ପ୍ରତିଦିନ ଉଜ୍ଜିବିତ ରଖି ଆଗାମୀ ଭବିଷ୍ୟତ ପଥର ପ୍ରଦର୍ଶକ ଭାବରେ ସୁସ୍ଥ ଆଦର୍ଶ ସମାଜ ଗଠନରେ ସହାୟକ ସାଜିବ ବୋଲି ମନ୍ତବ୍ଯ ଦେଇଥିଲେ।

ଆ.ପି ଶ୍ରୀ କ୍ଷେତ୍ର ମେହେର, ଅଶୋକ ସାହୁ, ରାଜେନ୍ଦ୍ର ମେହେର ଓ ମିଥୁନ ସାହୁ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ନିଜ ନିଜ ର ଜିଜ୍ଞାସୁ ମନୋଭାବ ସହ ଦକ୍ଷତା ପ୍ରଦର୍ଶନ ସହ ଏକ ସୁନ୍ଦର ବାତାବରଣ ରେ ଆଲୋଚନା ସହ ଭାବର ଆଦାନପ୍ରଦାନ ସହ ଟ୍ରେନିଂ ଅତି ଉଚ୍ଚକୋଟିର ହୋଇପାରିଥିବାରୁସମସ୍ତ ପ୍ରଶିକ୍ଷକଙ୍କୁ ଧନ୍ୟବାଦ ସହ ଶୁଭେଚ୍ଛା ପ୍ରଦାନ କରିଥିଲେ ।

ବି.ଆ.ସି.ସି ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସିଂ ସାର ଓ ସ୍କୁଲ ପ୍ରଧାନ ଶିକ୍ଷକ ମନୋଜ ବାରିକ ସାର ସାର୍ଟି ବିକେଟପ୍ରଦାନ କରି ନୂଆଁ କର୍ମମୟ ଜୀବନର ଉନ୍ନୋତ୍ତର କାମନା କରିଥିଲେ । ଶେଷରେ ସିଂ ସାର ୫ ଦିନ ର ପ୍ରେରଣା ତାଳିମର ସଫଳ ରୂପାୟନ ଆଗାମୀ ଦିନରେ ବିଦ୍ୟାଳୟରେ ନିଶ୍ଚିତ ପ୍ରତିଫଳିତ ହୋଇ ଆଦର୍ଶ ଶିକ୍ଷକ ରୂପେ ନିଜ ନିଜ କୁନିକୁନି ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ଯତ ଗଠନରେ ସହାୟକ ହେବ ଆର୍ଶୀବଚନ ପ୍ରଦାନ କରିଥିଲେ ।

error: Content is protected !!