Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଶିକ୍ଷଣ ସାମଗ୍ରୀ ଦିବସ ପାଳିତ ।

ଶିକ୍ଷଣ ସାମଗ୍ରୀ ଦିବସ ପାଳିତ ।

ପଦ୍ମପୁର – ଶିକ୍ଷା ସପ୍ତାହ ପାଳନ ଅବସରରେ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସରରେ ଶିକ୍ଷଣ ସାମଗ୍ରୀ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁ।

ଅତିଥି ଶିକ୍ଷକ ଭାବରେ ଆଜି ଯୋଗଦାନ କରିଥିବା ବରିଷ୍ଠ ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ବେହେରା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ। ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ ଶିକ୍ଷଣ ସାମଗ୍ରୀ ବ୍ୟବହାର କରି ଶିକ୍ଷାଦାନ ର ଉପଯୋଗୀତା ସମ୍ୱନ୍ଧରେ ଆଲୋଚନା କରିଥିଲେ।

ଶ୍ରୀମତୀ ନନ୍ଦିନୀ ମିଶ୍ର ଓ ଶ୍ରୀ ଲେଖ୍ରୂ ବାରିକ ମଧ୍ୟ ନିଜନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସରକାରଙ୍କ ତରଫରୁ ଯୋଗଯାଇଥିବା ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ କରାଯାଇଥିଲା। ସମସ୍ତ କାର୍ଯ୍ୟରେ ଶ୍ରୀ ସୁରେଶ ପଟେଲ ସହଯୋଗ କରିଥିଲେ।

error: Content is protected !!