Tuesday, April 15, 2025
spot_imgspot_imgspot_img
Homeରାଜ୍ୟଶିକ୍ଷକ ‌ନିରାକାର ପ୍ରଧାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।

ଶିକ୍ଷକ ‌ନିରାକାର ପ୍ରଧାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।

ପାଇକମାଲ -ବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ‌ନିରାକାର ପ୍ରଧାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଭୁବନେଶ୍ୱର ମହାନନ୍ଦଙ୍କ ସଂଯୋଜନା ଏବଂ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ବୈଲୋଚନ ଭୋଇ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ, ବିଦ୍ୟାଳୟର ମୁଖ୍ୟ ଉଦ୍ୟୋକ୍ତା ମଙ୍ଗଳୁ ବରିହା,‌ଅବସରପ୍ରାପ୍ତ ସୈନିକ ହର୍ଷବର୍ଦ୍ଧନ ବିଶି,ପରିଚାଳନା କମିଟି ସଭାପତି ପ୍ରେମରାଜ ନାୟକ, ପିତୃ ସଦସ୍ୟ ସୁଦାମ ଗଡ଼ତିଆ, ଚିନିଲାଲ ଜାଲ ଯୋଗଦେଇଥିଲେ ।

ବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସରେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଥିବା ଶିକ୍ଷକ ନିରାକାର ପ୍ରଧାନଙ୍କ ଛାତ୍ରବତ୍ସଳ, ସମୟାନୁବର୍ତ୍ତିତା ,ପରୋପକାରୀ ଗୁଣ,ସମାଜସେବା ଆଦି ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ଗଣ ଅଶ୍ରୁପୂର୍ଣ୍ଣ ନୟନରେ ନିଜ ପ୍ରିୟଗୁରୁ ନିରାକାର ପ୍ରଧାନଙ୍କ ଉଦେଶ୍ୟରେ ସ୍ମୃତି ଚାରଣ କରିବା ସହ ଦୋଷାଦୋଷ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ l ବିଦାୟୀ ଶିକ୍ଷକ ଶ୍ରୀ ପ୍ରଧାନ ଲୋତକ ପୂର୍ଣ୍ଣ ନୟନରେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ ସହ ପରିଚୟ ଓ ପ୍ରତିଷ୍ଠା ପାଇଁ ବିଦ୍ୟାଳୟର ମହତ ଅବଦାନକୁ ବର୍ଣ୍ଣନା କରିଥିଲେ l

ଗୁରୁଜନ, ପିତାମାତାଙ୍କ ଉପଦେଶ ପାଳନ କରି ଛାତ୍ରଛାତ୍ରୀ ଗଣ ଭଲ ପାଠ ପଢ଼ି ଓ ନିଜକୁ ଜଣେ ସୁନାଗରିକ ଭାବେ ଗଢି ତୋଳିବାକୁ କହିଥିଲେ l ଏହି ଅବସରରେ ତାଙ୍କର ନିରାମୟ ଓ ଦୀର୍ଘ ଜୀବନ କାମନା କରିବା ସହ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ସ୍ମୃତିଚିତ୍ର ଓ ଉପଢ଼ୌକନ ଦେଇ ବିଦାୟୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ମହାନନ୍ଦ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ସୁମିତ୍ରା ପାତ୍ର, ମାନିନୀ ସ୍ୱାଇଁ ପରିଚାଳନାରେ ସହଯୋଗ କରିଥିଲେ l ସହକାରୀ ଶିକ୍ଷୟତ୍ରୀ ରିତାଞ୍ଜଳୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

error: Content is protected !!