ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ କନସିଂହା ଠାରେ ଶିକ୍ଷକ ନିଯୁକ୍ତି ଦାବୀରେ କନସିଂହା ପ୍ରାଥମିକ ବିଦ୍ୟାଳୟରେ ତାଲା ବନ୍ଦ କରି ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଖବର ପାଇ ପଦ୍ମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ବିଦ୍ୟାଳୟକୁ ଆସି ଧାରଣାରତ ଅଭିଭାବକଙ୍କ ସହ ଆଲୋଚନା କରି ଗୋଟିଏ ଶିକ୍ଷକ ନିଯୁକ୍ତ କରିଥିଲେ ହେଁ ଆଉ ଗୋଟିଏ ଶିକ୍ଷକ ନିଯୁକ୍ତ ନ ହେବା ଯାଏଁ ତାଲା ବନ୍ଦ ଜାରି ରହିବ ବୋଲି ଅଭିଭାବକ କହିଛନ୍ତି l ସୂଚନା ଅନୁସାରେ ଏହି ବିଦ୍ୟାଳୟ ରୁ ଜଣେ ଶିକ୍ଷକ ସିଆରସିସି ଭାବେ ଅବସ୍ଥାପିତ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବା ପାଇଁ ଦାବୀ ଅନୁସାରେ ଶିକ୍ଷକ ନିଯୁକ୍ତ ନ ହେଲେ ଗୁଣାତ୍ମକ ଶିକ୍ଷା କିପରି ସମ୍ଭବ ହେବ ବୋଲି ଅଭିଭାବକ କ୍ଷୋଭ ପ୍ରକାଶ କରିଛନ୍ତି ।



